27.1 C
Bhubaneswar
Thursday, April 25, 2024
Homeଗୋଆ ରାଜନୀତିରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ପାନାଜୀ: ଶନିବାର ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି ଗୋଆ ମୁଖ୍ୟନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ କହିଛନ୍ତି ଯେ ରାଜ୍ୟରେ ପ୍ରକ୍ରିୟା ଶେଷ ନହେବା ପର୍ପ୍ୟନ୍ତ ସରକାର ମୋତେ କେୟାରଟେକର୍ ମୁଖ୍ୟମନ୍ତ୍ରୀ ଭାବେ ଜାରି ରଖିବାକୁ ଅନୁରୋଧ । ମାର୍ଚ୍ଚ ୧୦ ରେ ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସିଏମ୍ ପ୍ରମୋଦ ସାୱନ୍ତ ତାଙ୍କର ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପରେ ପାନାଜୀରେ ଥିବା ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦାଖଲ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଶ୍ନର ଉତ୍ତରରେ ଶ୍ରୀ ପିଲ୍ଲାଇ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଶପଥ ଗ୍ରହଣ କରିବାର ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଆଗମନ ପରେ ଏଠାରେ ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହେବ ଏବଂ ଏହା ପରେ ତାରିଖ ସ୍ଥିର ହେବ। କେବଳ ଏତିକି ନୁହେଁ ଗୋଆ ବିଜେପି ସଭାପତି ସଦାନନ୍ଦ ଶେଟ ତନୱାଡେ ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଦଳର ବିଧାୟକମାନେ ମଧ୍ୟ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ ସ୍ୱାଧୀନ ବିଧାୟକଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିପାରି ନାହିିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking