16.1 C
Bhubaneswar
Saturday, December 28, 2024
Homeଓଡିଶାମୁଖ୍ୟସଚିବଙ୍କ ବଡ଼ ଘୋଷଣା-ଏପ୍ରିଲ୍ ୨୯ରୁ ମେ ୬ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା

ମୁଖ୍ୟସଚିବଙ୍କ ବଡ଼ ଘୋଷଣା-ଏପ୍ରିଲ୍ ୨୯ରୁ ମେ ୬ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ୍ ୨୯ରୁ ମେ ୬ ମଧ୍ୟରେ ମାଟ୍ରିକ୍ ପରୀକ୍ଷା କରାଯିବାକୁ ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର । ୩ ପଦ୍ଧତିରେ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଘୋଷଣା କରାଯାଇଥିବା ବେଳେ ସମେଟିଭ୍ ଆସେସ୍‌ମେଣ୍ଟ-୨ ପରୀକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ଅଭିଭାବକ ସଂଘ ଏବଂ ମାଧ୍ୟମିକ ଶିକ୍ଷକ ପରିଷଦ ମଧ୍ୟରେ ଆଲୋଚନା ପରେ ସରକାରୀସ୍ତରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଥା ସମ୍ଭବ ପରୀକ୍ଷା ଗୁଡ଼ିକ ନିଜ ସ୍କୁଲ୍‌ରେ କରାଯିବାକୁ ଶ୍ରୀ ମହାପାତ୍ର ଘୋଷଣା କରିଥିବା ବେଳେ ପରିଚାଳନା ପାଇଁ ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ନିୟୋଜିତ ହେବେ । ଯଦି ନିଜ ସ୍କୁଲ୍‌ରେ କିଛି ଅସୁବିଧା ହୁଏ ତେବେ ନିକଟବର୍ତ୍ତୀ ସ୍କୁଲ୍‌ରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଚଳିତ ଥର ସମେଟିଭ୍‌-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏଥର ସମେଟିଭ୍‌-୨କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସମେଟିଭ୍‌-୩ ପରୀକ୍ଷା ମଧ୍ୟ କରାଯିବା ସହ ୩ଟି ପରୀକ୍ଷାର ସମସ୍ତ ମାର୍କକୁ ଭିତ୍ତି କରି ମୂଲ୍ୟାୟନ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ପରୀକ୍ଷା କରାଯିବାକୁ ସୂଚନା ଦିଆଯାଇଥିବା ବେଳେ ପ୍ରତିଦିନ ଦୁଇଟି ବିଷୟ ଅପେକ୍ଷା ଗୋଟିଏ ଲେଖାଏଁ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking