ଭୁବନେଶ୍ୱର: ୨୪ରେ ପୌର ନିର୍ବାଚନ ପାଇଁ ଭୋଟ। ୨୬ରେ ହେବ ଭୋଟ ଗଣତି। ହେଲେ ତା ପୂର୍ବରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ନିର୍ବାଚନୀ ସମୀକ୍ଷା ବୈଠକ। ମୁକ୍ତ ଓ ଅବାଧ ନିର୍ବାଚନ କିପରି ହୋଇ ପାରିବ ସେ ନେଇ ଜିଲ୍ଲାର ସମସ୍ତ ଅଧିକରଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲାରେ ଦୁଇଟି ଏନଏସି, ଗୋଟିଏ ମ୍ୟୁନିସିପାଲଟି ଓ ଗୋଟିଏ ମହାନଗର ନିଗମରେ ନିର୍ବାଚନ ହେବାକୁ ଯାଉଛି। ସୁରକ୍ଷିତ ଓ ସୁରୁଖରେ ମତଦାନକୁ ଅଧିକ ଜୋର୍ ଦିଆଯାଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଏମସି କମିସନର ଅନନ୍ୟା ଦାସ, ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।