ନୂଆଦିଲ୍ଲୀ: ପଞ୍ଜାବରେ ଅପରାହ୍ଣ ୨ଟା ସୁଦ୍ଧା ୧୧୭ ସିଟ୍ରୁ ଆମ୍ ଆଦମୀ ପାର୍ଟି ୯୦ ସିଟ୍ରେ ବହୁମତ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଶାୟୀ ଭଗୱନ୍ତ ମାନ ଏକ ସାକ୍ଷାତକାରରେ ତାଙ୍କ ପ୍ରଥମ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ କ୍ୟାବିନେଟ୍ରେ ପ୍ରଥମ ନିଷ୍ପତ୍ତି ସ୍ୱରୂପ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସହିଦ ଭଗବତ ସିଂ ଏବଂ ବାବା ସାହେବ ଆମ୍ବେଦକର୍ଙ୍କ ଫଟୋ ଲଗାଯିବ । ଏହାସହ ସେ କହିଛନ୍ତି ଯେ, ଗତଥର ଆମେ ଯେଉଁ ଭୁଲ୍ କରିଥିଲୁ ସେଥିରେ ଏବେ ସୁଧାର ଆଣିଛୁ । ଆଉ ମଣିଷ ଭୁଲ୍ କଲେ ହିଁ ଶିଖେ । ତେଣୁ ୧୦ ମାର୍ଚ୍ଚରୁ ଏକ ନୂଆ ପଞ୍ଜାବ ଗଠନ ହେବାକୁ ଯାଉଥିବା ବେଳେ ୭୦ ବର୍ଷର ଦୁର୍ନୀତି ଭରା ପଞ୍ଜାବରେ ଏଥର ଝାଡ଼ୁ ମରାଯିବ ।