19.1 C
Bhubaneswar
Monday, November 18, 2024
Homeଓଡିଶାଭୁବନେଶ୍ୱର ମେୟର ଲଢେଇରେ କୋଟିପତି

ଭୁବନେଶ୍ୱର ମେୟର ଲଢେଇରେ କୋଟିପତି

ଭୁବନେଶ୍ୱର :ଭୁବନେଶ୍ୱର ମେୟର ଲଢେଇରେ କୋଟିପତି ,ଲକ୍ଷପତିଙ୍କ ସହ ଗରିବ ପ୍ରାର୍ଥୀ ବି ଅଛନ୍ତି । ମେୟର ପ୍ରାର୍ଥୀଙ୍କ ଭିତରେ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ । ସୁଲୋଚନା ଓ ତାଙ୍କ ସ୍ୱାମୀଙ୍କ ସ୍ଥାବରଓ ଅସ୍ଥାବର ସମ୍ପତ୍ତି ର ମୂଲ୍ୟ ୧କୋଟି ୮୨ଲକ୍ଷ ୬୦ହଜାର ୩୩୮ଟଙ୍କା ।
ଏହା ଭିତରେ ଚନ୍ଦ୍ରଶେଖରପୁର ନନ୍ଦାଦେବୀ ଭିଆଇପି ଏନ୍‌କ୍ଲେଭରେ ତିବା ଭର ,ରିନଲ୍ଡ ଡଷ୍ଟର କାର୍ ।
ଅନ୍ୟପଟେ ମେୟର ପ୍ରାର୍ଥୀଙ୍କ ଭିତରେ ସବୁଠୁ ଗରିବ ହେଉଛନ୍ତି କଳିଙ୍ଗସେନାର ସ୍ମିତା ମିଶ୍ର । ସ୍ମିତାଙ୍କ ପାଖରେ ମାତ୍ର ୨ହଜାର ଟଙ୍କା ରହିଛି । ଏହାହିଁ ତାଙ୍କର ମୋଟ ସମ୍ପତ୍ତି । ତାଙ୍କ ନାଁରେ ନା ଗାଡି ଅଛି ନା ଅଛି ଘରବାଡି । ସୁନା ଗହଣା ବି ନାହିଁ ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନାଙ୍କ ହାତରେ ମାତ୍ର ୨୦ହଜାର ଟଙ୍କା ଥିବାବେଳେ ସ୍ୱାମୀଙ୍କ ହାତରେ ଅଛି ୪୦ହଜାର ଟଙ୍କା । ବାପୁଜୀ ନଗରର ଏକ ବ୍ୟାଙ୍କରେ ୧୬ଲକ୍ଷ ୯ହଜାର ୫୪୩ ଟଙ୍କା ଡିପୋଜିଟ ରହିଛି । ଏହାବାଦ୍ ବି କେତେକ ବ୍ୟାଙ୍କରେ ତାଙ୍କ ନାଁରେ ଓ ସ୍ୱାମୀଙ୍କ ନାମରେ ଟଙ୍କା ଡିପୋଜିଟ ଥିବାବେଳେ ବୀମା ବି ରହିଛି । ସୁଲୋଚନା ୨୦୧୯ରେ ୭୦ ହଜାର ଟଙ୍କାରେ ,କ ଆକ୍ଟିଭା ଗାଡି କିଣିଥିଲେ , ଯାହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୩୫ହଜାର ଟଙ୍କା । ୨୦୧୬ରେ ତାଙ୍କ ସ୍ୱାମୀ ୯ଲକ୍ଷ ୭୭ହଜାର ଟଙ୍କାରେ କିଣିଥିବା ଗିନଲ୍ଟ ଡଷ୍ଟର କାର୍‌ର ବର୍ତ୍ତମାନ ମୂଲ୍ୟ ୩ଲକ୍ଷ ୯୦ହଜାର ଟଙ୍କା । ସୁଲୋଚନାଙ୍କ ପାଖେ ୧୨୦ଗ୍ରାମ ସୁନା ଓ ୩୦୦ଗ୍ରାମ ରୂପା ରହିଛି । ଏହି ସୁନାର ବଜାର ମୂଲ୍ୟ ଏବେ ପ୍ରାୟ ୬ଲକ୍ଷ ଟଙ୍କା । ଏଭଳି ଭାବେ ସୁଲୋଚନା ଓ ତାଙ୍କ ସ୍ୱାମୀଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ମିଶି କରି ପ୍ରାୟ ୯୭ଲକ୍ଷ ୬୦ହଜାର ୩୩୮ଟଙ୍କା । ସ୍ଥାବର ସମ୍ପତ୍ତି (ଜମି,ଘରବାଡି) ତାଲିକାରେ ତାଙ୍କ ସ୍ୱାମୀଙ୍କ ନାଁରେ ଚନ୍ଦ୍ରଶେଖରପୁର ନନ୍ଦାଦେବୀ ଭିଆଇପି ଏନ୍‌କ୍ଲେଭରେ ୧୨୦୦ ବର୍ଗଫୁଟର ଗୋଟିଏ ପ୍ଲଟ୍ ରହିଛି । ୧୩ଲକ୍ଷ ୬ହଜାର ୪ଶହ ଟଙ୍କାରେ ଏହି ପ୍ଲଟ୍ କିଣାଯାଇଥିବା ବେଳେ ଏହାର ବର୍ତ୍ତମାନ ମୂଲ୍ୟ ୮୫ଲକ୍ଷ ।
ଧନାଶାଳୀ ମେୟର ପ୍ରାର୍ଥୀ ତାଲିକାର ଦ୍ୱିତୀୟରେ ରହିଛନ୍ତି ଫ୍ରି ଥଟ୍ ପାର୍ଟି ଅଫ୍ ଇଣ୍ଡିଆ ର ମେୟର ପ୍ରାର୍ଥୀ ସ୍ୱପ୍ନା ବିଜୟିନୀ । ସ୍ୱପ୍ନା ଓ ତାଙ୍କ ସ୍ୱାମୀଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨୪ଲକ୍ଷ ୩୮ହଜାର ଟଙ୍କା ହେବ । ସ୍ଥାବର ସମ୍ପତ୍ତି ତାଲିକାରେ ରହିଛି ଖଣ୍ଡଗିରି ଅନ୍ତର୍ଗତ ଧର୍ମବିହାରରେ ଥିବା କୋଠା । ତାଙ୍କ ସ୍ୱାମୀଙ୍କ ନାଁରେ ୧୯୯୩ରେ ଏହାକୁ କିଣାଯାଇଥିଲା ସାଢେ ୪ଲକ୍ଷ ଟଙ୍କାରେ । ଏହାର ମୂଲ୍ୟବର୍ତ୍ତମାନ ମୂଲ୍ୟ ଦେଢ କୋଟି ଟଙ୍କା ହେବ । ସ୍ୱପ୍ନା ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହୋଇଥିବାବେଳେ ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଅଧ୍ୟାପକ । ଉଭୟ ପେନସନ ପାଉଛନ୍ତି ।
ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯୦ଲକ୍ଷ ୨ହଜାର ୬୭୧ ଟଙ୍କା । ସତ୍ୟପାଠରେ ଦର୍ଶାଯାଇଛି, ସୁନୀତିଙ୍କ ହାତରେ ୫୦ହଜାର ଟଙ୍କା ଥିବାବେଳେ ୧୦୦ଗ୍ରାମ ସୁନା ଅଛି । ସୁନାର ମୂଲ୍ୟ ପ୍ରାୟ ୪ଲକ୍ଷ ହେବ । ପାଖରେ ଗୋଟିଏ ପୁରୁଣା ମାରୁତି ଜେନ୍ କାର ରହିଛି । ଏହି କାରକୁ ସାଢେ ୩ଲକ୍ଷ ଟଙ୍କାରେ କିଣିଥିବା ବେଳେ ଏହାର ବର୍ତ୍ତମାନେ ମୂଲ୍ୟ ୬୦ହଜାର ହେବ । ସୁନୀତିଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨ଲକ୍ଷ ୨ହଜାର ୬୭୧ ଟଙ୍କା ।
ସ୍ଥାବର ସମ୍ପତ୍ତି ତାଲିକାରେ ତାଙ୍କ ପାଖେ ଗୋପିନାଥପୁର ମୌଜାରେ ୧୧୭୬ ବର୍ଗଫୁଟ ଜମି ରହିଛି । ୬ଲକ୍ଷ ଟଙ୍କାରେ କିଣିଥିଲେ , ଏବେ ଦାମ୍ ହେବ ୧୮ଲକ୍ଷ । ଝାରପଡା ସିଦ୍ଧି ବିନାୟକ ରେସିଡେନ୍ସିରେ ଥିବା ଫ୍ଲାଟ (୧୪୫୫ବର୍ଗଫୁଟ ) କିଣିଥିଲେ । ୩୬.୩୭ ଲକ୍ଷ ଟଙ୍କା ରେ । ଏହାର ବର୍ତ୍ତମାନ ମୂଲ୍ୟ ପ୍ରାୟ
୬୦ଲକ୍ଷ ଟଙ୍କା । ଏଭଳି ଭାବେ ସୁ ନୀତିଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ଟଙ୍କା ।

ଆମ ଆଦମୀ ପାର୍ଟି ପ୍ରାର୍ଥୀ ସରୋଜିନୀ ଖୁଣ୍ଟିଆ ଜଣେ ନର୍ସିଂ ଛାତ୍ରୀ । ସେ ବ୍ରହ୍ମପୁର ରେନାଲ୍ଡ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍‌ରେ ବିଏସ୍‌ସି ନର୍ସିଂ କରୁଛନ୍ତି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ କଳାରେ ଏମ୍‌ଏ କରିଛନ୍ତି । ୨୦୧୭ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲବି ପାସ୍ କରିଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ଡ. ସୁନୀତି ମୁଣ୍ଡ୍ ଭବାନୀପାଟଣା କଲେଜରୁ ଏମ୍‌ଏ ପାସ୍ କରିଛନ୍ତି । ସେହିଭଳି ଓଜେପିରୁ ମେୟର ପ୍ରାର୍ଥୀ ହୋଇଥିବା ନିରୋଜା ନଳିନୀ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ଅନ୍ୟତମ ମେୟର ପ୍ରାର୍ଥୀ ସ୍ୱପ୍ନ ବିଜୟିନୀ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ସେ ଏମଏ ପାସ୍ କରିବା ସହ ବିଇଡି ବି କରିଛନ୍ତି । କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ କମଳା ନେହେରୁ କଲେଜରୁ ଯୁକ୍ତ ତିନି ପାସ୍ କରିଛନ୍ତି । ସ୍ୱାଧୀନରୁ ପ୍ରାର୍ଥୀ ହୋଇଥିବା ହେନା ବାରିକ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢିଛନ୍ତି । ତେବେ ୧୨ ଜଣ ମେୟର ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସତ୍ୟପାଠରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking