19.1 C
Bhubaneswar
Monday, November 18, 2024
Homeଓଡିଶାରୁଷ୍‌କୁ ‘ଆତଙ୍କବାଦୀ ଦେଶ’ ଘୋଷଣା କରାଯାଉ : ଜେଲେନ୍‌ସ୍କି

ରୁଷ୍‌କୁ ‘ଆତଙ୍କବାଦୀ ଦେଶ’ ଘୋଷଣା କରାଯାଉ : ଜେଲେନ୍‌ସ୍କି

କିଭ୍ : ରୁଷକୁ ଆତଙ୍କବାଦୀ ଦେଶ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି । ଜେଲେନ୍‌ସ୍କି ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ରୁଷକୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ବ୍ରିଟେନ୍‌କୁ ଦାବି କରିଛନ୍ତି । ଏଥିସହ ରୁଷ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ସେ କହିଛନ୍ତି । ଫଳରେ ଦେଶର ବିମାନବନ୍ଦର ସୁରକ୍ଷିତ ରହିପାରିବ । ୟୁକ୍ରେନ୍‌ର ୪୪ ବର୍ଷୀୟ ନେତା ଜେଲେନ୍‌ସ୍କି ଭିଡିଓ ଲିଙ୍କ୍ ମାଧ୍ୟମରେ ‘ହାଉସ୍ ଅଫ୍ କମନ୍ସ’ କୁ ସମ୍ବୋଧିତ କରିବା ଅବସରରେ ଐତିହାସିକ ଭାଷଣ ଦେଇଛନ୍ତି । ବ୍ରିଟେନ୍‌ର ସାଂସଦମାନେ ଠିଆ ହୋଇ ଜେଲେନ୍‌ସ୍କିଙ୍କୁ ଅଭିବାଦନ ଜଣାଇଛନ୍ତି । ଜେଲେନ୍‌ସ୍କି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମେ ପଶ୍ଚିମ ଦେଶର ସହାୟତା ପାଇଁ ଆପଣଙ୍କ ସାହାଯ୍ୟ ଚାହୁଁଛୁ । ଆମେ ଏହି ସାହାଯ୍ୟ ପାଇଁ କୃତଜ୍ଞ, ମୁଁ ଆପଣଙ୍କ ଠାରେ କୃତଜ୍ଞ ବୋରିସ୍ । ଏ ଅବସରରେ ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି, ଦୟାକରି ରୁଷ ବିରୋଧରେ ପ୍ରତିବନ୍ଧକ ବଢ଼ାନ୍ତୁ ଓ ଏହି ଦେଶକୁ ଆତଙ୍କବାଦୀ ବୋଲି ଘୋଷିତ କରନ୍ତୁ । ଦୟାକରି ଆମ ଆକାଶପଥକୁ ସୁରକ୍ଷିତ କରନ୍ତୁ । ଆମେ ରୁଷ୍ ବିରୋଧରେ ଶେଷ ନିଃଶ୍ୱାସ ଯାଏଁ ଲଢ଼ିବାକୁ ଚାହିଁବୁ । ଆମେ ହାର୍ ମାନିବୁ ନାହିଁ କି ହାରିବୁ ନାହିଁ ବୋଲି କହିଛନ୍ତି ଜେଲେନ୍‌ସ୍କି । ସୂଚନାଯୋଗ୍ୟ, ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତ ୧୩ ଦିନ ହେଲାଣି ୟୁକ୍ରେନ୍ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ । ସ୍ଥିତି ଏମିତି ହୋଇଛି ଯେ ୟୁକ୍ରେନ୍ ଏବେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ରୁଷର ଏଭଳି ୟୁକ୍ରେନ୍ ଉପରେ ଆକ୍ରମଣକୁ ବିଶ୍ୱର ସବୁ ଦେଶ ବିରୋଧ କରି କଡ଼ା ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking