26.1 C
Bhubaneswar
Saturday, January 11, 2025
Homeଓଡିଶାଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ ପାଇଁ ବୈଠକ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ ପାଇଁ ବୈଠକ

ଭୁବନେଶ୍ୱର – ଆସନ୍ତା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆସନ୍ତା ମହାନଗର ନିର୍ବାଚନକୁ ଅତି ଗୁରୁତ୍ୱର ସହିତ ନେଇ ଜିତିବାର ମନୋବଳ ନେଇ ଲଢ଼େଇ କରିବାପାଇଁ ବୈଠକରେ କହିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଚରଣ ଓ ଉଚାରଣରେ ଭୁବନେଶ୍ୱର ମହାନଗର ନିଗମ ଅଚଂଳରେ ରହୁଥିବା ପ୍ରତ୍ୟେକ କଂଗ୍ରେସ କର୍ମୀ, ନେତୃବୃନ୍ଦ ତଥା ସମସ୍ତ ପ୍ରକୋଷ୍ଠ ଓ ସଂଗଠନର ଅଧ୍ୟକ୍ଷ ଓ ପଦାଧିକାରୀମାନେ ମିଳିତ ଭାବରେ ମନପ୍ରାଣ ଦେଇ ପ୍ରାର୍ଥି ମାନଙ୍କ ସପକ୍ଷରେ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଆମେ ଲୋକଙ୍କ ପାଖକୁ ଯିବା ନାହିଁ ତାହାହେଲେ ଯେତେ ପଇସା ଖର୍ଚ୍ଚ କଲେ ମଧ୍ୟ ଆମେ କେବେ ଭଲ ଫଳ ପାଇବା ନାହିଁ । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆମ ସମସ୍ତଙ୍କୁ ଏକ ହୋଇ ଆପ୍ରାଣ ଉଦ୍ୟମ କରିବାକୁ ପଡ଼ିବ ବୋଲି କହିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଶାସକ ଶ୍ରୀ ବଟକୃଷ୍ଣ ତ୍ରିପାଠୀ ବୈଠକୁ ସମ୍ବର୍ଦ୍ଧିତ କରି କହିଥିଲେ ଭୁବନେଶ୍ୱର ସହରାଂଚଳରେ ରହୁଥିବା ସମସ୍ତ ନେତୃବୃନ୍ଦଙ୍କୁ କଂଗ୍ରେସ ପତାକାର ସ୍ୱାର୍ଥକୁ ରକ୍ଷାକରି ଲଢ଼ିବାକୁ ପଡ଼ିବ । ସେ ମନେ ପକାଇ ଦେଇଥିଲେ ବିଗତ ଦିନରେ ନିର୍ବାଚନ ରଣନୀତି ତଥା କିଭଳି ଭାବରେ ଭୁବନେଶ୍ୱର ମ୍ୟୁନିସ୍‌ପାଲଟିକୁ ଜିତାଯାଉଥିଲା । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଛାତ୍ର ନେତୃବୃନ୍ଦମାନେ ପ୍ରତ୍ୟେକ ପରିସ୍ଥିତିକୁ ଏଥର ସାମନା କରିବାକୁ ଅଂଟା ଭିଡ଼ିବାକୁ ପ୍ରସ୍ତୁତ । ଭ୍ରଷ୍ଟାଚାରୀ ମାନଙ୍କୁ ଏଥର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ କଡ଼ା ଯବାବ ଦିଆଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଶାନ୍ତାୟନ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିଆର ସିଂ, ମୋହନ ଗାନ୍ଧୀ, ମନୋଜ ନାୟକ, ପଦ୍ମାକର ଗୁରୁ, ନାରାୟଣ ଜେନା, ବେଣୁଧର ପାତ୍ର, ଆଲୋକ ମହାନ୍ତି, ଦୀପକ କୁମାର ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ବିସ୍ମୟ ମହାପାତ୍ର, ବୁନା ମହାନ୍ତି, ପ୍ରଣତୀ ମିଶ୍ର, ସ୍ୱାଧୀନବାଳା ଦାସ, ଶ୍ରୀୟା ମହାନ୍ତି, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ପ୍ରଭାତ ପ୍ରତାପ ସିଂ, ସୁଭଦ୍ରା ମିଶ୍ର, ଶ୍ରୀନିବାସ ରାଉତରାୟ, ଅକ୍ଷୟ ଦାସ, ସଂକୁନା କହଁର, ରାମଚନ୍ଦ୍ର ପରିଡ଼ା, ରଞ୍ଜିତ ପାତ୍ର, ମନୋଜ ନାୟକ, ସଂଜୀବ ମହାନ୍ତି, ପ୍ରଦୀପ ମହାପାତ୍ର, ସଂଜୟ ମିଶ୍ର, ଜିତୁ ପଣ୍ଡା, ରାଜକିଶୋର ବାରିକ, ମଂଟୁ ମଲ୍ଲିକ, ଦେବବ୍ରତ ମହାନ୍ତି, ଦୀପକ କୁମାର ସାହୁ, ସୌମରେନ୍ଦ୍ର ମହାନ୍ତି ପ୍ରମୁଖ ବୈଠକର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking