21.1 C
Bhubaneswar
Thursday, January 23, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧମୋଦିଙ୍କ ଅପରେସନରେ ସାମିଲ ହେଲେ ୪ କେନ୍ଦ୍ରମନ୍ତ୍ରୀ

ମୋଦିଙ୍କ ଅପରେସନରେ ସାମିଲ ହେଲେ ୪ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ବୈଠକରେ ୟୁକ୍ରେନ ଓ ଏହାର ସମୀବର୍ତ୍ତୀ ଅଞ୍ଚଳରୁ ଭାରତୀୟଙ୍କୁ ଉଦ୍ଧାର କରିବା ନେଇ ଆଲୋଚନା କରିଛନ୍ତି । ତେବେ ସେଠାରୁ ଉଦ୍ଧାର କାର‌୍ୟ୍ୟ ପାଇଁ ଜାରି ରହିଥିବା ‘ଅପରେସନ୍ ଗଙ୍ଗ’ାକୁ ତ୍ୱରାନ୍ୱିତ କରିବାକୁ ଦାୟିତ୍ୱ ନେଇଛନ୍ତି ୪ଜଣ କେନ୍ଦ୍ରମନ୍ତ୍ରୀ ।
ୟୁକ୍ରେନରୁ କିପରି ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବେ ସେଥିପାଇଁ ୪ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଭି.କେ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦୀ । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ଏହି ୪ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ ଓ ଏହାର ପାଶ୍ୱବର୍ତ୍ତୀ ଅଂଚଳ ପୋଲାଣ୍ଡ, ହଙ୍ଗେରୀ ଓ ରୋମିନିଆ ଗସ୍ତ କରିବେ ବୋଲି ସୂଚନା ରହିଛି । ତେବେ ମୋଦିଙ୍କ ଏହି ଅପେରେସନ ଗଙ୍ଗା କିଭଳି ସଫଳତା ଆଣୁଛି ଏବେ ଖାଲି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking