ତେଲେଙ୍ଗାନା: ତେଲେଙ୍ଗାନାର ହାଇଦ୍ରାବାଦରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଏଠାରେ ଏକ ଘରୋଇ ପ୍ରି ସ୍କୁଲରେ ୩ ବର୍ଷର ଜଣେ ଛୋଟ ଝିଅକୁ ଯୌନଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଏହି ନୀରିହ ଶିଶୁଟିକୁ ଯୌନ ଶୋଷଣ କରୁଥିଲେ ସ୍କୁଲର ଦୁଇଜଣ ମହିଳା କର୍ମଚାରୀ। ଯୌନଶୋଷଣ କରିବା ସହ ଏହି ଦୁଇ ମହିଳା କର୍ମଚାରୀ କୁନି ଝିଅଟିର ପ୍ରାଇଭେଟ୍ ପାର୍ଟରେ ପଥର ପୁରାଇ ଦେଇଥିଲେ।
ଏହି ଘଟଣା ଜଣାପଡିବା ପରେ ଝିଅଟିର ପରିବାର ଲୋକେ ଦୁଇ ମହିଳା କର୍ମଚାରୀଙ୍କ ବିରୋଧରେ ଯୌ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି ରବିବାର ଏ ସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି ଗତ ୧୦ ତାରିଖରେ ଝିଅଟିର ମା ଏହି ମାମଳା ରୁଜୁ କରିଛନ୍ତି। ଏହା ସହ ସେ ଅଭିଯୋଗ କରିଛନ୍ତି ତାଙ୍କ ଝିଅର ଗୁପ୍ତାଙ୍ଗରେ ସେମାନେ ପଥର ପୁରାଇ ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି। ଝିଅଟିର ଏବେ ଡାକ୍ତରୀ ପରୀକ୍ଷା କରାଯାଇଛି। ମାମଲାର ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ଅଭିଯୁକ୍ତ ମହିଳା କର୍ମଚାରୀଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରୁଛି।