27.1 C
Bhubaneswar
Monday, November 18, 2024
Homeଓଡିଶାଭୋଟର ତାଲିକାରେ ନା’ ନଥିବାରୁ ତାତିଲେ ଦୋରାଗୁଡା ଗ୍ରାମବାସୀ

ଭୋଟର ତାଲିକାରେ ନା’ ନଥିବାରୁ ତାତିଲେ ଦୋରାଗୁଡା ଗ୍ରାମବାସୀ

ମାଲକାନଗିରି : ଆଜି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା । ସରକାର , ପ୍ରଶାସନ, ପୋଲିସ ଏବଂ ବିଏସଏଫର ମିଳିତ ଉଦ୍ୟମରେ ଏଠାରେ ଶାନ୍ତିଶୃଙ୍ଖଲାରେ ନିର୍ବାଚନ ସମାପ୍ତ ହୋଇଛି । ତେବେ ଆଜି ଏକ ଅଭାବନୀୟ ଘଟଣା ଏହି ବ୍ଲକର ପାପଲୁର ପଞ୍ଚାୟତର ଦୋରାଗୁଡା ଗ୍ରାମରେ ଦେଖିବାକୁ ମିଳିଥିଲା । ଏଠାରେ ଦୋରାଗୁଡା ଗ୍ରାମର ଶତାଧିକ ଲୋକଙ୍କ ଭୋଟ ଲିଷ୍ଟରେ ନାମ ନଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଦୀର୍ଘ ଦିନ ପରେ ସେମାନେ ଭୋଟ ଦେବାକୁ ଯାଉଥିବା ବେଳେ ସେମାନଙ୍କର ନାମ କିପରି ଭୋଟ ଲିଷ୍ଟରେ ନାହିଁ ତାହାକୁ ସେମାନେ ହଜମ କରିପାରି ନଥିଲେ । ଶେଷରେ ସେମାନେ ବୁଥକୁ ଚାବି ପକାଇବା ସହ ଭୋଟ ବାକ୍ସକୁ ଲୁଟ କରିବାରୁ ଯୋଜନା ପ୍ରସ୍ତୁତ କଲେ । ଦୀର୍ଘ ସମୟ ଧରି ପାଟିତୁଣ୍ଡ ହୋଇଥିଲା । ତେବେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିଥିଲା । ଦୀର୍ଘ ସମୟ ଧରି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ମାନିଥିଲେ । ଶେଷରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସମସ୍ତଙ୍କ ପାଖରେ ଭୋଟ ପରିଚୟ ପତ୍ର ରହିଥିବା ବେଳେ ସେମାନଙ୍କର ନାମ କିପରି ଲିଷ୍ଟରୁ କଟିଯାଇଛି ତାହା ଏବେ ତଦନ୍ତ ସାପେକ୍ଷ । ତେବେ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ହିଂସା ହୋଇନଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନରେ ହିଂସା ହେଉ ହେଉ ବର୍ତ୍ତି ଯାଇଥିଲା । ତେବେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଏହାକୁ ତୁରନ୍ତ ସମାଧାନ କରିବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking