26.1 C
Bhubaneswar
Saturday, January 11, 2025
Homeଓଡିଶାଭୋଟବାକ୍ସ ହେରଫେର ଆଶଙ୍କା : ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ନେତା ଓ ସମର୍ଥକ

ଭୋଟବାକ୍ସ ହେରଫେର ଆଶଙ୍କା : ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ନେତା ଓ ସମର୍ଥକ

ମୋହନା : ଭୋଟବାକ୍ସ ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ(ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ବିଜେପି ଆଉ କଂଗ୍ରେସର ନେତା ଓ ସମର୍ଥକ । ତମ୍ବୁ ପକାଇ ଦିନରାତି ଶୀତ କାକରକୁ ଖାତିରି ନକରି ନେତା, କର୍ମୀ ଓ ସମର୍ଥକମାନେ ବିଦ୍ୟାଳୟ ସମ୍ମୁଖରେ ପାଳି କରି ୨୪ ଘଣ୍ଟିଆ ପହରା ଦେଉଛନ୍ତି । ଆସନ୍ତା ୨୬ ରୁ ୨୮ ତାରିଖ ମଧ୍ୟରେ ୩ଟି ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନ ସମେତ ସମିତି ସଭ୍ୟ ସରପଞ୍ଚ ଓ ୱାର୍ଡ ସଭ୍ୟମାନଙ୍କ ଭୋଟ ଗଣତି ଆରମ୍ଭ ହେବ । ଗତ ୧୬ ତାରିଖ ରାତିଠାରୁ ବିଜେପି ଓ କଂଗ୍ରେସର ନେତା, କର୍ମୀ ଏବଂ ସମର୍ଥକ ମାନେ ଦିନରାତି ଉଜାଗର ରହିଛନ୍ତି । ଭୋଟବାକ୍ସ ହେରଫେର ଆଶଙ୍କାରେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଶୀତବସ୍ତ୍ର ପରିଧାନ କରି ଓ କାଠ ନିଆଁ ଜାଳି ପହରା ଦେଉଛନ୍ତି । ଗତ ୧୬ ତାରିଖରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ପହରା ଜାରି ରହିବ ବୋଲି ନେତା ଓ କର୍ମୀମାନେ କହିଛନ୍ତି । ନିର୍ବାଚନ ସମୟରେ ଶାସକ ଦଳର ସମର୍ଥକମାନେ ଅନ୍ୟ ଦଳର ସମର୍ଥକଙ୍କୁ ଧମକ ଚମକ ଦେଇ ନିଜ ସପକ୍ଷରେ ନେବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ । ପ୍ରଶାସନ ମଧ୍ୟ ଶାସକ ଦଳର ହାତ ବାରିସି ହୋଇ ଭୋଟବାକ୍ସ ହେରଫେର କରିବାକୁ ଉଦ୍ୟମ କରୁଥିବା ଓ ବିରୋଧିଙ୍କ ଅଭିଯୋଗ ଏବଂ ଉତେଜନା ସୃଷ୍ଟି ହେବାପରେ ପ୍ରଶାସନ ଅଧିକାରୀଙ୍କ ଉଦ୍ୟମ ଫସର ଫାଟି ଯାଇଥିବା ଦୁଇ ଦଳର ପ୍ରାର୍ଥୀ ଓ ସମର୍ଥକ ମାନେ ଅଭିଯୋଗ କରିଛନ୍ତି । କାଳେ ସେମାନେ ଭୋଟ ବାକ୍ସ ଜାଲିଆତି କରିବେ ସେହି ଆଶଙ୍କାରେ ସେମାନେ ଷ୍ଟ୍ରଙ୍ଗରୁମ ବାହାରେ ଜଗି ରହିଥିବା କହିଛନ୍ତି । ୩ଟି ଷ୍ଟ୍ରଙ୍ଗ ରୁମ କୋଠରୀରେ ୨ଟି ଲେଖାଏଁ ୬ଟି, ବାହାରେ ୨ଟି ଓ ପ୍ରବେଶ ପଥରେ ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଷ୍ଟ୍ରଙ୍ଗରୁମର ସୁରକ୍ଷା ନିମନ୍ତେ ଏକ ପ୍ଳାଟୁନ ଫୋର୍ସ ବିଦ୍ୟାଳୟ ପରିସରରେ ପହରା ଦେଉଛନ୍ତି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବିଡିଓ ତପସ୍ୱିନୀ ହାଁସଦା କହିଛନ୍ତି ।â

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking