28.1 C
Bhubaneswar
Friday, November 15, 2024
Homeଦେଶ ବିଦେଶୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଦାବି ମିଥ୍ୟା, ଆଉ ୭୦୦୦ ସୈନ୍ୟ ମୁତୟନ କରିଛି ରୁଷ୍‌...

ୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ଦାବି ମିଥ୍ୟା, ଆଉ ୭୦୦୦ ସୈନ୍ୟ ମୁତୟନ କରିଛି ରୁଷ୍‌ : ଆମେରିକା

ୱାସିଂଟନ୍‌ : ସୈନ୍ୟ ପ୍ରତ୍ୟାହାର କରାଯାଇଛି ବୋଲି କ୍ରେମିଲିନ୍‌ ଦାବି କରୁଥିଲେ ବି ବାସ୍ତବରେ ୟୁକ୍ରେନ୍‌ ସୀମାନ୍ତରେ ରୁଷ୍‌ ଆଉ ୭୦୦୦ ସୈନିକ ମୁତୟନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା କହିଛି। ରୁଷ୍‌ ୟୁକ୍ରେନ୍ ଆକ୍ରମଣ କରିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ସାକାର ହୋଇ ନ ଥିଲେ ବି ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ କହୁଛନ୍ତି ଯେ, ଏବେ ବି ଯୁଦ୍ଧ ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ। ଜଣେ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ଗତକାଲି ରୁଷ୍‌ ସରକାର କହିଥିଲେ ଯେ, ସେମାନେ ୟୁକ୍ରେନ୍‌ ସୀମାନ୍ତରୁ ସୈନ୍ୟ ଅପସାରଣ କରୁଛନ୍ତି। ଏ ପ୍ରକାର ଦାବି ଆମେରିକା ସମେତ ବିଶ୍ବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

କିନ୍ତୁ, ଆମେ ଏବେ ଜାଣୁଛୁ ସେକଥା ମିଛ। କିନ୍ତୁ, ଏ କଥାର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଜଣକ ସବିଶେଷ ବିବରଣୀ କିମ୍ବା କ‌ୌଣସି ପ୍ରମାଣ ଉପସ୍ଥାପନ କରିନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍‌ ନିକଟରେ ରୁଷ୍‌ ଆହୁରି ୭୦୦୦ ସୈନିକ ମୁତୟନ କରିଥିବା କଥା ପାଶ୍ଚାତ୍ୟ ରାଷ୍ଟ୍ର ଟେର୍‌ ପାଇଛି। ସେମାନଙ୍କ ମଧ୍ୟରୁ କେତେକ ବୁଧବାର ସେଠାରେ ପହଞ୍ଚିଛନ୍ତି। ସୈନ୍ୟ ପ୍ରତ୍ୟାହାର ଦାବି କରି ରୁଷ୍‌ ଛଳନାତ୍ମକ ଭାବେ ୟୁକ୍ରେନ୍‌ ଆକ୍ରମଣ କରିପାରେ ବୋଲି ଆଶଙ୍କା ହେଉଛି। ବୁଧବାର ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ କହିଛନ୍ତି ଯେ, ୟୁକ୍ରେନ୍‌ ନିକଟରୁ ରୁଷ୍‌ର ସୈନ୍ୟ ଅପସାରଣ ବିଷୟରେ ଏବେ କୌଣସି ପ୍ରାମାଣିକ ତଥ୍ୟ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking