27.1 C
Bhubaneswar
Friday, November 22, 2024
Homeଅପରାଧ୨୦୦୭ରୁ ରାଜଧାନୀରେ ଚୋରି କରୁଛି : ଚୋର ମିଲୁକୁ ଧରିଲା ପୁଲିସ

୨୦୦୭ରୁ ରାଜଧାନୀରେ ଚୋରି କରୁଛି : ଚୋର ମିଲୁକୁ ଧରିଲା ପୁଲିସ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ପୁଲିସ ଜଣେ କୁଖ୍ୟାତ ଚୋରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ଗୋବିନ୍ଦ ଓରଫ ମିଲୁ ବେହେରା(୩୮) । ତାଙ୍କ ଠାରୁ ୫ଟି ଗ୍ୟାସ ସିଲିଣ୍ଡର, ୨ଟି ଗ୍ରାଇଣ୍ଡର, ଗୋଟିଏ ଗ୍ୟାସ ଚୁଲା ଏବଂ ଗୋଟିଏ ସାଇକେଲ୍ ଜବତ କରାଯାଇଛି । ଅଭିଯୁକ୍ତ ବିରୋଧରେ ୨୦୦୭ ମସିହାରୁ ଖାରବେଳନଗର ଥାନାରେ ୧୨ଟି ମାମଲା ଏବଂ ଶ୍ରୀଲିଙ୍ଗରାଜ ଥାନାରେ ୧ଟି ମାମଲା ରୁଜୁ ହୋଇଛି । ସେ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ତାଙ୍କ ବିରୋଧରେ ୧୧୦ ସିଆର୍‌ପିସି ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ ବେହେରାବସ୍ତିରେ ଜଣେ ମହିଳାଙ୍କ ଏକ ହୋଟେଲ ରହିଛି । ଗତ ୫ତାରିଖ ରାତି ସାଢ଼େ ୧୦ଟା ସମୟରେ ସେ ତାଙ୍କ ହୋଟେଲ ବନ୍ଦ କରି ଘରକୁ ଯାଇଥିଲେ ।  ପରଦିନ ସକାଳେ ସେ ଦୋକାନ ଖୋଲିବାକୁ ଆସି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଦୋକାନର ତାଲା ଭାଙ୍ଗି କେହି ଗ୍ୟାସ ସିଲିଣ୍ଡର, ଗ୍ରାଇଣ୍ଡର ଏବଂ ଟଙ୍କା ଚୋରି କରି ନେଇଯାଇଛି । ଏନେଇ ସେ ସଙ୍ଗେସଙ୍ଗେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନଂ ୭୭/୨୨ରେ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ବୁଧବାର ସାଲିଆସାହି ଆଦିବାସୀ ଗାଁ ବସ୍ତିରେ ଚଢ଼ାଉ କରି ଗିରଫ କରିଥିଲା ।

ଏହାପରେ ତାଙ୍କୁ ଜେରା କରିବାରୁ ସେ ତା’ର ଚୋରି କାହାଣୀ କହିଛି, ଗତ ଜାନୁଆରୀ ୨୯ ତାରିଖ ରାତିରେ ସେ ଏନ୍‌- ୬ ଆଇଆରସି ଭିଲେଜ ଅଞ୍ଚଳରୁ ଗ୍ୟାସ ସିଲିଣ୍ଡର ଓ ଗ୍ରାଇଣ୍ଡର ଚୋରି କରିଥିଲା । ସେହିପରି ଫେବୃୟାରୀ ୨ ତାରିଖ ରାତିରେ ପାୱାର ହାଉସ ଛକ ନିକଟରୁ ୨ଟିଗ୍ୟାସ ସିଲିଣ୍ଡର, ଗୋଟିଏ ଗ୍ୟାସ ଚୁଲା ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରିଥିବା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking