ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ରହିଥିବା ସନ୍ଧିନାଳ ପାର୍ଶ୍ୱ ଜଙ୍ଗଲ କିସମ ଜାଗା ପ୍ଳଟ ନଂ ୬୦୬ରେ କିଛି ଲୋକ ଘର କରି ରହୁଛନ୍ତି । କିନ୍ତୁୁ ଏହା ନିକଟରେ ଅଡବା ନୂଆଁ ଖ୍ରୀଷ୍ଟିଆନ ସାହିର ଲୋକେ ଗତ ୩ ବର୍ଷ ହେଲା ଶବ ଦାହ କରିଆସୁଛନ୍ତି । ମଙ୍ଗଳବାର ଜଣେ ମୃତ ବ୍ୟକ୍ତିଙ୍କ ଶବ ସମାଧି କରିବା ପାଇଁ ଉକ୍ତ ସ୍ଥାନକୁ କିଛି ଖ୍ରୀଷ୍ଟଧର୍ମାବଲମ୍ବୀ ଆସିବାରୁ ଅଡବା ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ସେଠାରେ ଉତେଜନା ଦେଖାଦେଇଥିଲା ।
ଖବର ପାଇ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ôଚ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିଥିଲେ । ପରେ ଜାତୀୟ ରାଜପଥଠାରୁ ୭୦ ମିଟର ଦୂରତା ମଧ୍ୟରେ ଉକ୍ତ ସ୍ଥାନରେ ଗୃହ ନିର୍ମାଣ ଓ ସମାଧି ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଆଇନ ଅନୁଯାୟୀ ଖିଲାପକାରୀଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଥିଲେ ।