19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଟୋୟୋଟା ହିଲୁକ୍ସ ବନାମ ଇସୁଜୁ ଡି ମାକ୍ସ ଭି କ୍ରସ

ଟୋୟୋଟା ହିଲୁକ୍ସ ବନାମ ଇସୁଜୁ ଡି ମାକ୍ସ ଭି କ୍ରସ

ନୂଆଦିଲ୍ଲୀ: ଟୋୟୋଟା କିର୍ଲସକର ମୋଟର ଚଳିତ ମାସରେ ନିଜର ପିକଅପ ଟ୍ରକ ଟୋୟୋଟା ହିଲୁକ୍ସ ଲଂଚ କରିବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ସୂଚନା ଅନୁସାରେ ଏହାର ଅଫିସିଆଲ ବୁକିଂ ଆରମ୍ଭ ହୋଇସାରିଛି ଓ ଏହାର ଡେଲିଭରି ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହେବାକୁ ଯାଉଛି । ଟୋୟୋଟା ହିଲୁକ୍ସକୁ ବଜାରରେ ଅନ୍ୟ ଏକ ପିକଅପ ଇସୁଜୁ ଡି ମାକ୍ସ ଭି କ୍ରସ ସହ ମୁକାବିଲା ନେଇ ଲଂଚ କରାଯିବ ।
ଟୋୟୋଟା ହିଲୁକ୍ସର ଆକାର କଥା ଯଦି କହିବା, ତେବେ ଏହାର ଲମ୍ବ ୫୩୨୫ ମିଲିମିଟର, ଚଉଡା ୧୮୫୫ ମିଲିମିଟର, ଉଚ୍ଚତା ୧୮୧୫ ମିଲିମିଟର ଓ ଏହାର ହ୍ୱିଲବେସ ୩୦୮୫ ମିଲିମିଟର ରଖାଯାଇଛି । ଏହାବ୍ୟତୀତ ଭଲ ଅଫରୋଡିଂ ପାଇଁ କମ୍ପାନୀ ଏହି ପିକଅପ ଟ୍ରକକୁ ୨୧୭ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ଦେଇଛି ।
ସେହିଭଳି ଇସୁଜୁ ଡି ମାକ୍ସ ଭି କ୍ରସ କଥା ଯଦି କହିବା ତେବେ ଏହି ପିକଅପ ଟ୍ରକର ଲମ୍ବ ୫୨୯୫ ମିଲିମିଟର ଓ ଚଉଡା ୧୮୬୦ ମିଲିମିଟର ଓ ଉଚ୍ଚତା ୧୮୪୦ ମିଲିମିଟର ଓ ହ୍ୱିଲବେସ ୩୦୯୫ ମିଲିମିଟର କମ୍ପାନୀ ରଖିଛି । ଏହାବ୍ୟତୀତ ଇସୁଜୁ ଏହି ପିକଅପ ଟ୍ରକରେ ୨୨୫ ମିଲିମିଟରର ଗ୍ରାଉଣ୍ଡ କ୍ଲିୟରାନ୍ସ ଦେଇଛି ।
ଦୁଇ ପିକଅପ କୁ ଡବଲ କ୍ୟାବ ବଡି ଷ୍ଟାଇଲରେ ଲଂଚ କରାଯାଇଛି । ଯେଉଁଠି ଟୋୟୋଟା ହିଲୁକ୍ସ ଲମ୍ବା, ସେଠି ଇସୁଜୁ ଡି ମାକ୍ସ ଭି କ୍ରସ ଚଉଡା ଓ ଉଂଚା । ଏହାବ୍ୟତୀତ ଇସୁଜୁ ଡି ମାକ୍ସ ଭି କ୍ରସର ହ୍ୱିଲବେସ ବି ଲମ୍ବା ଓ ଗ୍ରାଉଣ୍ଡ କ୍ଲିୟରାନ୍ସ ଭଲ ରହିଛି ।
ଟୋୟୋଟା ହିଲୁକ୍ସ ଟ୍ରକରେ ୨.୮ ଲିଟରର ଡିଜେଲ ଇଂଜିନ ବ୍ୟବହାର କରାଯିବ ଯାହା ୨୦୪ ବିଏଚପିର ପାୱାର ଓ ୫୦୦ ନ୍ୟୁଟନ ମିଟରର ଟର୍କ ପ୍ରଦାନ କରିବ । ଏହାସହ ୬ ସ୍ପିଡ ମାନୁଆଲ ଓ ଅଟୋମେଟିକ ଗିୟରବକ୍ସର ବିକଳ୍ପ ମିଳିବ । ଏଥିରେ ୨ ହ୍ୱିଲ ଡ୍ରାଇଭ ଓ ୪ ହ୍ୱିଲ ଡ୍ରାଇଭର ବିକଳ୍ପ ମିଳିବ । ଅନ୍ୟପଟେ ଇସୁଜୁ ଡି ମାକ୍ସ ଭି କ୍ରସ ଇଂଜିନ କଥା ଯଦି କହିବା ଏଥିରେ ୧.୯ ଲିଟରର ଇଂଜିନ ବ୍ୟବହାର କରାଯାଇଛି । ଏହି ଇଂଜିନ ୧୬୩ ବିଏଚପିର ପାୱାର ଓ ୩୬୦ ନ୍ୟୁଟନ ମିଟରର ଟର୍କ ପ୍ରଦାନ କରିବ । ଏହାସହ ୬ ସ୍ପିଡ ମାନୁଆଲ ଓ ଅଟୋମେଟିକ ଗିୟରବକ୍ସର ବିକଳ୍ପ ଓ ୨ ହ୍ୱିଲ ଓ ୪ ହ୍ୱିଲ ଡ୍ରାଇଭର ବିକଳ୍ପ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking