19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚଳିତବର୍ଷ ୪.୧ ପ୍ରତିଶତକୁ ଖସିବ ଜିଡିପି

ଚଳିତବର୍ଷ ୪.୧ ପ୍ରତିଶତକୁ ଖସିବ ଜିଡିପି

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ପୁଣି ଥରେ ଅର୍ଥନୀତି ପ୍ରଭାବିତ ହେବାକୁ ଯାଉଛି । ୨୦୧୯ରେ ପ୍ରଥମେ କରୋନା ଆସିଥିଲା ବେଳେ ୨୦୨୦ରେ ସାରା ବିଶ୍ୱରେ ଅର୍ଥନୀତି ଏକପ୍ରକାର ଠପ୍ ହୋଇପଡିଥିଲା । ଉତ୍ପାଦନ ଠାରୁ ଆରମ୍ଭ କରି ଆମଦାନୀ, ରପ୍ତାନି, ପରିବହନ ଏବଂ ନିଯୁକ୍ତି ପ୍ରାୟ ସବୁ କ୍ଷେତ୍ରରେ ପ୍ରଭାବ ପଡିଥିଲା । ଫଳରେ ଜିଡିପି ତଳମୁହାଁ ହୋଇଥିଲା ।

ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ ୨୦୨୧ରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଘଟିବା ସହିତ ଅର୍ଥନୀତି ସୁଧୁରୁଥିଲା । ଏହି ବର୍ଷରେ ଜିଡିପି ୫.୫ ପ୍ରତିଶତରେ ପହଞ୍ଚିଥିଲା । କିନ୍ତୁ ୨୦୨୧ ଶେଷ ଭାଗରେ ଓମିକ୍ରନ ପୁଣି ସଂକ୍ରମଣ ବଢ଼ାଇଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ସାରା ବିଶ୍ୱକୁ ଗ୍ରାସିଛି । ଯାହାକୁ ନେଇ ପୁଣିଥରେ ଅର୍ଥନୀତି ପ୍ରଭାବିତ ହେବାକୁ ଯାଉଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହା ପ୍ରଭାବରେ ମୁଦ୍ରାସ୍ଫୀତି ବଢ଼ିବା ସହିତ ଋଣଭାର ମଧ୍ୟ ବୃଦ୍ଧି ପାଉଛି ।

ଏଥିସହିତ ବିଭିନ୍ନ କ୍ଷେତ୍ରେର ଅସମାଞ୍ଜସ୍ୟତା ହେତୁ ଅନେକ ରାଷ୍ଟ୍ରର ଆୟ ହାର ମଧ୍ୟ ହ୍ରାସ ପାଉଛି । ଏହା ଦ୍ୱାରା ହାରହାରି ଭାବେ ବିଶ୍ୱ ଉତ୍ପାଦନ କମିବା ସହିତ ଜିଡିପି ମଧ୍ୟ ହ୍ରାସ ପାଇବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୨୦୨୧ରେ ବିଶ୍ୱ ଜିଡିପି ୫.୫ ପ୍ରତିଶତ ରହିଥିଲା ବେଳେ ୨୦୨୨ରେ ଏହା ୪.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking