16.1 C
Bhubaneswar
Thursday, January 9, 2025
Homeଓଡିଶାପଞ୍ଚଭୂତରେ ଲୀନ ହେଲେ ମିହିର, ସତୀଚଉରାରେ ସଂପନ୍ନ ହେଲା ଶେଷକୃତ୍ୟ

ପଞ୍ଚଭୂତରେ ଲୀନ ହେଲେ ମିହିର, ସତୀଚଉରାରେ ସଂପନ୍ନ ହେଲା ଶେଷକୃତ୍ୟ

କଟକ: ପଞ୍ଚଭୂତରେ ଲୀନ ହେଲେ ମିହିର। ଛଳଛଳ ଆଖିରେ ବିିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ। ଶେଷ ବିଦାୟ ନେଇ ବର୍ଷୀଆନ ଅଭିନେତା ମିହିର ଦାସ ପରପାରିକୁ ଚାଲିଯାଇଥିବା ବେଳେ ଓଡ଼ିଆ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତିି କରିଯାଇଛନ୍ତି। ମିହିରଙ୍କୁୁ ହରାଇ କେବଳ ଓଡ଼ିଶାବାସୀ ନୁହନ୍ତି ଆଜି ଆକାଶ ବି କାନ୍ଦୁଛି। ହେଲେ ବର୍ଷା ସତ୍ତ୍ବେ ଲୋକେ ଛତା ଧରି ନିଜ ପ୍ରିୟ ଅଭିିନେତାଙ୍କୁ ବିଦାୟ ଦେବାକୁ ପହଞ୍ଚିଥିବା ଦେଖାଯାଇଛି।

ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭ‌ାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ। ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯ‌ାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର। ପରେ ସତୀଚଉରା ‌ଶ୍ମଶାନଠାରେ ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

୧୯୭୯ ମସିହାରେ ମଥୁରା ବିଜୟ ଫିଲ୍ମ ମାଧ୍ୟମରେ ମିହିର ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ସେ ରାମାୟଣ, ଏହି ଆମ ସଂସାର, ଏହି ତ ଦୁନିଆ, ଆକାଶର ଆଖି, କନ୍ୟାଦାନ, ଲକ୍ଷ୍ମୀ ପ୍ରତିମା, ସୌଭାଗ୍ୟବତୀ, ସହର ଜଳୁଛି, ପାଗଳ କରିଛୁ ତୁ, ଗୁଣ୍ଡା, ଅଭୟ, ହିରୋ ନମ୍ବର ୱାନ, ରୋମିଓ ଜୁଲିଏଟ୍, ଓନଲି ପ୍ୟାର, ତୁ ମୋ ଲଭ ଷ୍ଟୋରି, ଶିଷ୍ଟର ଶ୍ରୀଦେବୀ ପରି ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ଦକ୍ଷତାକୁ ପ୍ରମାଣିତ କରିଥିଲେ । ମିହିରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ବିଶିଷ୍ଟ ରାଷ୍ଟ୍ରନେତାଙ୍କ ହୃଦୟ ମଧ୍ୟ ତରଳି ଯାଇଥିଲା । ଆଜି ଏହି ତେଜସ୍ୱୀ ବରପୁତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନ୍ନର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking