ନୂଆଦିଲ୍ଲୀ : ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଏମିତିକି କୋଭିଡର ନୂଆ ଭାରିଆଣ୍ଟ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଛୋଟ ଛୁଆ ଓ ବୟସ୍କ ଅଧିକ ପ୍ରଭାବିତ ହେଉଛନ୍ତି । ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ଏବେ ସାଙ୍ଗାତିକ । କୋଭିଡ ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଅଧିକ ପ୍ରଭାବିତ ହୋଇଛନ୍ତି ବୃଦ୍ଧ ଓ ଶିଶୁ । ଏମିତିକି ଦିଲ୍ଲୀରେ ବର୍ତ୍ତମାନ ଅଧିକରୁ ଅଧିକ ବୟସ୍କ ଲୋକଙ୍କ ଜୀବନ ନେଇଛି କରୋନ । ଯେଉଁଥିରୁ କେବଳ ୨୫ ଜଣ ଲୋକ ୬୦ ବର୍ଷରୁ ଅଧିକ ଥିଲେ । କୋଭିଡ୍ ପାଇଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୨୮ଜଣ ପୁରୁଷ ଥିବା ବେଳେ ୧୮ ଜଣ ମହିଳା ଅଛନ୍ତି । ପୁଣି ଆଉ ଏକ ଚିନ୍ତାଜନକ କାରଣ ହେଉଛି ଟୋଟାଲ ୪୬ ଜଣଙ୍କ ମୃତ୍ୟୁ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମଣ ହୋଇଥିବା ଲୋକମାନେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି । ପୁଣି ଅନ୍ୟ ୨୩ ଜଣ ସେହିଦିନ ମୃତ୍ୟୁ ବରଣ କରିଥିଲେ । ଯେଉଁଦିନ ସେମାନେ କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ବର୍ତ୍ତମାନ ଯେଉଁ ନୂଆ ଭାରିଆଣ୍ଟ ଆସିଛି ଏହା ଅଧିକ ଲୋକଙ୍କୁ ଜଲ୍ଦି ସଂକ୍ରମଣ କରାଇବା ସହିତ କିଛି ଲୋକଙ୍କର ଜୀବନ ମଧ୍ୟ ନେଲାଣି । ଗତ ପାଞ୍ଚ ଦିନ ଭିତରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ହୋଇଛି ରାଜଧାନୀ ଦିଲ୍ଲୀରେ ପୁଣି ଏଥିରେ ଅଧିକ ଅଛନ୍ତି ବୃଦ୍ଧ । ତେଣୁ ଏଥିପାଇଁ ଦିଲ୍ଲୀ ସରକାର ମଧ୍ୟ ଅନେକ ଗାଇଡଲାଇନ ଲାଗୁ କରିଛନ୍ତି ।