29.1 C
Bhubaneswar
Monday, November 18, 2024
Homeଅପରାଧବିବାହ ପ୍ରତିଶ୍ରୁତି ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ବିବାହ ପ୍ରତିଶ୍ରୁତି ଦେଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ

ବ୍ରହ୍ମପୁର : ବିବାହ ପ୍ରତିଶ୍ରୁତି ଦେଇ ବ୍ରହ୍ମପୁର ସହରର ଜଣେ ନାବାଳିକା କଲେଜ ପଢୁଆ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ପୀଡ଼ିତା ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ତାଙ୍କୁ ବ୍ଲାକେମେଲିଂ କରୁଥିବା ବୈଦ୍ୟନାଥପୁର ଥାନାରେ ଗତକାଲି ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ୨୦୧୫ରେ ବ୍ରହ୍ମପୁରର ଏକ କଲେଜରେ ନବାଳିକା ଜଣକ ଯୁକ୍ତ ୨ରେ ପଢୁଥିଲେ । ଏହି ସମୟରେ କଲେଜ ପାଖରେ ଥିବା ଏକ ନେଟ୍ ଜୋନରେ ଇଣ୍ଡଷ୍ଟ୍ରିଆଲ ଛକରେ ରହୁଥିବା ସୀମାଞ୍ଚଳ ସାହୁଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେବେଠାରୁ ପୀଡ଼ିତା ଛାତ୍ରୀ ଓ ସୀମାଞ୍ଚଳଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ସୀମାଞ୍ଚଳ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ ।

ଏପଟେ ୨୦୧୮ରେ ସୀମାଞ୍ଚଳ ଅନ୍ୟତ୍ର ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଏକ ୩ ବର୍ଷର ପୁଅ ରହିଛି । ହେଲେ ସେ ବିବାହ କରିନାହାନ୍ତି ବୋଲି ପୀଡ଼ିତାଙ୍କୁ ମିଛ କହିବା ସହ ତାଙ୍କ ସହ ମଧ୍ୟ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏପଟେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ତାହା ପୀଡ଼ିତାଙ୍କୁ ଦେଖାଇ ବ୍ଲାକମେଲି କରିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ସେ ଜଣେ ଜଣାଶୁଣା ରାଜନେତାଙ୍କ ଗାଡିଚାଳକ ଭାବେ କାର୍ଯ୍ୟ କରୁଥିବାରୁ ପୀଡ଼ିତାଙ୍କୁ ଭୟଭୀତ କରାଉଥିଲେ । କିଛିଦିନ ତଳେ ଅନ୍ତରଙ୍ଗ ଭିଡିଓଗୁଡ଼ିକ ପୀଡ଼ିତାଙ୍କ ସାନ ଭାଇ ଓ ସମ୍ପର୍କୀୟଙ୍କ ମୋବାଇଲକୁ ସୀମାଞ୍ଚଳ ପଠାଇ ଦେଇଥିଲେ । ତେଣୁ ସୀମାଞ୍ଚଳଙ୍କ ନିକଟରେ ଥିବା ଭିଡିଓଗୁଡ଼ିକ ସଂଗ୍ରହ କରି ନଷ୍ଟ କରିବା ଦିଗରେ ପଦକ୍ଷେପ ନେବାକୁ ପୀଡ଼ିତ ଜଣଙ୍କ ପୋଲିସ୍‌କୁ ଅନୁରୋଧ କରିଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହେବା ସହ ପୁଲିସ ପକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking