29.1 C
Bhubaneswar
Monday, November 18, 2024
Homeଅପରାଧନକଲି ସୁନା ବନ୍ଧକ ରଖି ୮.୫୩ ଲକ୍ଷ ଠକେଇ, ଆଇସିଏଲ୍ ଫିନକର୍ପ ମ୍ୟାନେଜର ଗିରଫ

ନକଲି ସୁନା ବନ୍ଧକ ରଖି ୮.୫୩ ଲକ୍ଷ ଠକେଇ, ଆଇସିଏଲ୍ ଫିନକର୍ପ ମ୍ୟାନେଜର ଗିରଫ

ଭୁବନେଶ୍ୱର: ନକଲି ସୁନା ଦେଇ ନିଜ କମ୍ପାନୀରୁ ୮ଲକ୍ଷ ୫୩ହଜାର ଋଣ ଠକେଇ କରିଥିବା ଅଭିଯୋଗରେ ଆଇସିଏଲ୍ ଫିନକର୍ପ ରସୁଲଗଡ଼ ଶାଖା ମ୍ୟାନେଜର ଧରାପଡ଼ିଛନ୍ତି । ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତ ଶାଖା ମ୍ୟାନେଜର ସଚିତାନନ୍ଦ ସାମନ୍ତରା(୩୨)ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ତାଙ୍କ ଘର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳ କୁମାରି ଗ୍ରାମରେ । ନିଜ କମ୍ପାନୀରୁ ଠକେଇ କରିଥିବା ଜଣାପଡିବା ପରେ ସଚିତାନନ୍ଦଙ୍କୁ କମ୍ପାନୀ ପକ୍ଷରୁ ଚାକିରୀରୁ ବହିଷ୍କୃତ କରାଯାଇଛି । ପୁଲିସ ନକଲି ସୁନା ଅଳଙ୍କାର ସମେତ ନଗଦ ୧୦ଦଶହଜାର ଟଙ୍କା ତାଙ୍କଠୁ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କ ଦସ୍ତଖତ କପିକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ଫିନକର୍ପ ଲିମିଟେଡ୍ ସଂସ୍ଥା ଗ୍ରାହକଙ୍କଠୁ ସୁନା ବନ୍ଧକ ରଖି ଋଣ ଯୋଗାଇଥାଏ । ଶାଖାରେ ୪ଜଣ ଗ୍ରାହକ ସୁନା ବନ୍ଧକ ରଖି ଋଣ ନେଇଥିଲେ । ନଭେମ୍ବର ମାସରେ କାଗଜପତ୍ର କାମ କରିବା ସମୟରେ ଅଭିଯୁକ୍ତ ସଚିତାନନ୍ଦ ଚଞ୍ଚକତା କରି ସେମାନଙ୍କର ଦସ୍ତଖତ ରଖି ଦେଇଥିଲେ । ଏହାପରେ ସେମାନଙ୍କ ନାମରେ ନକଲି ସୁନା ବନ୍ଧକ ରଖି ସେ ୮ ଲକ୍ଷ ୫୩ ହଜାର ୪୬ଟଙ୍କା ଋଣ ନେଇଯାଇଥିଲେ ।

ଅଡିଟ୍ ବେଳେ ଉକ୍ତ ୪ଜଣ ଗ୍ରାହକ ଦୁଇଥର ଲେଖାଏଁ ଋଣ ନେଇ ନଥିବା ଜଣାପଡ଼ିଥିଲା । ଏହାପରେ କମ୍ପାନୀ ପକ୍ଷରୁ ଶାଖା ମ୍ୟାନେଜର ଥିବା ସଚିତାନନ୍ଦଙ୍କୁ କ୍ଷତି ହୋଇଥିବା ୧୦ ଲକ୍ଷ ୫୭ହଜାର ୭୭୭ଟଙ୍କା ଫେରାଇ ଦେବାକୁ କୁହାଯାଇଥିଲା । ହେଲେ ସେ ଟଙ୍କା ଫେରାଉନଥିବାରୁ ଶାଖା ପକ୍ଷରୁ ତାଙ୍କ ନାମରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking