19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶରିସେପ୍ସନ ଭୋଜି ଖର୍ଚ୍ଚ କାଟ କରି ଗରିବଙ୍କ ପାଇଁ ବାଣ୍ଟିଦେଲେ ଏତିକି ଟଙ୍କା ନବଦମ୍ପତି

ରିସେପ୍ସନ ଭୋଜି ଖର୍ଚ୍ଚ କାଟ କରି ଗରିବଙ୍କ ପାଇଁ ବାଣ୍ଟିଦେଲେ ଏତିକି ଟଙ୍କା ନବଦମ୍ପତି

ଇନ୍ଦୋର: ସୋସିଆଲ ମିଡିଆରେ ସବୁବେଳେ ବ୍ୟୟବହୁଳ ବାହାଘର ଓ ଚତୁର୍ଥୀ ଭୋଜିକୁ ନେଇ ଚର୍ଚ୍ଚା ହୋଇଥାଏ । ହେଲେ ଜଣେ ବ୍ୟବସାୟୀ ନିଜ ବାହାଘର ଓ ଚତୁର୍ଥୀ ଖର୍ଚ୍ଚରୁ କାଟି ଗରିବଙ୍କୁ ଅର୍ଥଦାନ କରିବା ଭଳି ଖବର ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ବିଶାଳ ଜୈନ ଓ ସେଜଲ ଜୋଶୀ ନଭେମ୍ବର ୧୫ ତାରିଖରେ ଆବୁଧାବିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସେମାନେ ଆଡମ୍ବରରେ ଚତୁର୍ଥୀ ଭୋଜି ଦେବାକୁ ୨୦ ଲକ୍ଷ ଟଙ୍କାର ବଜେଟ ତିଆରି କରିଥିଲେ । ହେଲେ ଏହାପରେ ସେମାନଙ୍କ ମନ ବଦଳି ଯାଇଥିଲା । ସେମାନେ ଏକ ବ୍ୟୟବହୁଳ ଚତୁର୍ଥୀ ଭୋଜି ଦେବା ପରିବର୍ତ୍ତେ ସେହି ଟଙ୍କାକୁ ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବାକୁ ନିଷ୍ପତ୍ତି ନେଇଥିଲେ । ସୂଚନା ମୁତାବକ ବିଶାଲ ଜୈନ ଓ ସେଜଲ ଯୋଶୀ ମଧ୍ୟପ୍ରଦେଶ ଇନ୍ଦୋରର ବାସିନ୍ଦା । ବିଶାଲ ୧୯ ବର୍ଷ ବୟସରେ କଲେଜ ଛାଡି ସନ ସେ ଗ୍ରୁପ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ସେଜଲ ବି ସଂପୃକ୍ତ କମ୍ପାନୀର ବ୍ୟବସାୟୀ ଭାଗିଦାରୀ ଥିଲେ । ଏବେ ଏବେ ଉଭୟ ୟୁଏଇରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ଏହାପରେ ସେମାନେ ଉଭୟ ଉଭୟଙ୍କୁ ବାହାହେବାର ନିଷ୍ପତ୍ତି ନେଇଥିଲେ । ନଭେମ୍ବର ୧୫ ତାରିଖରେ ଆବୁଧାବିର କସର ଅଲ୍ ସରାବ ଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବାହାଘରକୁ ସେମାନେ ସୀମିତ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ବ୍ୟବସାୟୀ ଯୋଡି ଖାଦ୍ୟ, ଶିକ୍ଷା ଓ ଟିକାକରଣ ପାଇଁ ୨୦ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି । ବିଶାଲ ଗରିବ ଲୋକଙ୍କୁ ଖାଦ୍ୟ ଓ ଟିକା ପାଇଁ କିଛି ଧାର୍ମିକ ଅନୁଷ୍ଠାନକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ସେଜଲ ଗରିବ ପିଲାମାନଙ୍କ ପାଠପଢା ପାଇଁ ୫ ଲକ୍ଷ ଟଙ୍କା ଓ ଏହାସହ ଏକ ଚ୍ୟାରିଟିକୁ ୫ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking