28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଭଲଭୋ ଏକ୍ସସି୬୦ ରିଭ୍ୟୁ

ଭଲଭୋ ଏକ୍ସସି୬୦ ରିଭ୍ୟୁ

ନୂଆଦିଲ୍ଲୀ:ଭଲଭୋ ଏକ୍ସସି୬୦ ର ଫେସଲିଫ୍ଟ ମଡେଲ ଲଂଚ କରାଯାଇଛି । ଭାରତରେ ଏହାର ମୂଲ୍ୟ ୬୧.୯୦ ଲକ୍ଷ ଟଙ୍କା ରଖାଯାଇଛି । ଏହି ଗାଡି କେବଳ ଗୋଟିଏ ଭାରିଏଣ୍ଟ ବି୫ ଇନସ୍କ୍ରିପସନରେ ଉପଲବ୍ଧ ରହିଛି । ଭଲବୋର ଏହି ଏସୟୁଭି କାରରେ ୨.୦ ଲିଟର ପେଟ୍ରୋଲ ଇଂଜିନ ସହିତ ୪୮ ବୋଲ୍ଟ  ମାଇଲ୍ଡ ହାଇବ୍ରିଡ ସିଷ୍ଟମ ଦିଆଯାଇଛି । ଯାହାର ପାୱାର ଆଉଟପୁଟ ୨୫୦ ପିଏସ ଓ ୩୫୦ ଏନଏମ ରହିଛି । ୨୦୨୧ ଭଲଭୋ ଏକ୍ସସି୬୦ରେ କମ୍ପାନୀର ଲାଟେଷ୍ଟ ଆଣ୍ଡ୍ରଏଡ ଇନପୋଟେନମେଣ୍ଟ ସିଷ୍ଟମ ଗୁଗୁଲ ଆପ୍ସ ଓ ଡିଜିଟାବ ସର୍ଭିସ ପ୍ୟାକେଜ ସହିତ ଏୟାର ପ୍ୟୁରିଫାୟର ଓ ଭଲଭୋ କାର ଆପ ଭଳ୍‌ି ଫିଚର ରହିଛି । ଏହି କାର ୬ କଲର କ୍ରିଷ୍ଟାଲ ହ୍ରାଇଟ ପର୍ଲ, ଓନିକ୍ସ ବ୍ଲାକ, ଏସମିୟମ ଗ୍ରେ, ପାଇନ ଗ୍ରେ, ଡେନିମ ବ୍ଲୁ ଓ ଫ୍ୟୁଜନ ରେଡ ଅପ୍ସନରେ ଉପଲବ୍ଧ । ସେଗମେଣ୍ଟରେ ଏହି ଏସୟୁବି କାରର ତୁଳନା ବିଏମଡବ୍ଲୁ ଏକ୍ସ୩, ଅଡି କୁୟ୫, ମର୍ସିଡିଜ ବେଂଜ ଜିଏଲସି ଓ ଲେକ୍ସସ ଏନଏକ୍ସ ସହିତ ହେବ । ଭଲଭୋ ଏକ୍ସସି୬୦ର ପ୍ରାଇସ ୬୧.୯୦ ଲକ୍ଷରୁ ଆରମ୍ଭ ହୋଇ ୬୧.୯୦ ଲକ୍ଷ ଯାଏଁ ରହିଛି । ଭଲଭୋ ଏକ୍ସସି୬୦ ଏକ ପପୁଲାର କମ୍ପାକ୍ଟ ଲଗଜରୀ କ୍ରସଓଭର କାର । ଭାରତରେ ଏହାର ପ୍ରଥମ ଜେନେରେସନ ଭର୍ସନ ୨୦୦୮ରେ ଲଂଚ କରାଯାଇଥିଲା । ଏହାପରେ କମ୍ପାନୀ ଏହାକୁ ୨୦୧୩ରେ ନୂଆ ଅପଡେଟ ଦେଇଥିଲା । ଏବେ କମ୍ପାନୀ ଏହାର ସେକେଣ୍ଡ ଜେନେରେସନ ଭର୍ସନ ଲଂଚ କରିଛି । ଲୁକସ କଥା ଯଦି କହିବା ତେବେ ପୂର୍ବ ଜେନେରେସନ ମଡେଲ ତୁଳନାରେ ନୂଆ ଏକ୍ସସି୬୦ରେ ଅନେକ ପରିବର୍ତନ ପରିଲକ୍ଷିତ କରାଯାଇପାରେ । ଏହାସହ ଏହି ନୂଆ ଗାଡି ଅନେକ ନୂଆ ଦମଦାର ପିଚର୍ସ ସହ ଲ୍ୟାସ ରହିଛି ।
ଏକ୍ସିଟିରିୟରରେ ପୂର୍ବ ମଡେଲ ତୁଳନାରେ ଏହାର ଫ୍ରଣ୍ଟ ଲୁକ ଏତେ ସାର୍ପ ନଜର ଆସେନି । ମାତ୍ର ଗାଡିରେ ନୂଆପଣ ଛାପ ଦେବା ପାଇଁ ଭଲଭୋ ଏଥିରେ ନୂଆ ଡିଜାଇନର ଗ୍ରିଲ ଦେଇଛି । ଗ୍ରିଲ ପାଖରେ ପତଳା ହେଡଲ୍ୟାମ୍ପସକୁ ପୋଜିସନ କରାଯାଇଛି । ଏଥିରେ ଥର ହାମର ଏଲଇଡି ଡିଆରଏଲକୁ ଫିଟ କରାଯାଇଛି । ଫ୍ରଣ୍ଟରେ ଏଥିରେ ଡିଜାଇନର ବମ୍ପର ଦିଆଯାଇଛି । ଯେଉଁଥିରେ ସାର୍ପ କ୍ରୀଜ ଲାଇନ୍ସ ମିଳିଥାଏ । ଏହି ହିସାବରେ ଗାଡିର ଫ୍ରଣ୍ଟ ପ୍ରୋଫାଇଲ ଟିକିଏ ୟୁନିକ ଓ ଷ୍ଟାଇଲିସ ଲାଗୁଛି । ବମ୍ପର ତଳେ ଏଥିରେ କର୍ଣ୍ଣରିଙ୍ଗ ଫଗ ଲ୍ୟାମ୍ପସକୁ ପୋଜିସନ କରାଯାଇଛି ।
ଇଣ୍ଟେରିୟର କଥା ଯଦି କହିବା ଏଥିରେ ସିଟ, ଡାସବୋର୍ଡ ଓ ଝରକାରେ ପ୍ରିମିୟମ କ୍ୱାଲିଟିର ଲେଦର ବ୍ୟବହାର କରାଯାଇଛି । ଯେଉଂଥିରେ ଏହା ଆପଣଙ୍କୁ ଲଗଜୁରୀରର ଅନୁଭୂତି ଦେବ । ଏକ୍ସସି୬୦ର ଡାସବୋର୍ଡ ଏସ୯୦ ସେଡାନ ସହ ପ୍ରାୟ ସମାନ ଭଳି ନଜର ଆସେ । ଏହାର ସେଣ୍ଟର କନସୋଲର ଲେଆଉଟ ବି ଏସ୯୦ ଭଳି ରଖାଯାଇଛି । ଏହି ଡାସବୋର୍ଡର ବ୍ଲାକ ଲେଆଉଟକୁ କମ୍ପ୍ଲିମେଣ୍ଟ ଦେବା ଭଳି ନଜର ଆସେ । ଗାଡିର ସିଟଗୁଡିକରେ ଆରାମଦାୟକ ପୋଜିସନ ମିଳିଥାଏ । ଏଥିରେ ୧୨.୩ ଇଂଚ ଫୁଲି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର  ଓ ହେଡଅପ ଡିସପ୍ଲେ ଦିଆଯାଇଛି ଯାହା ସମସ୍ତ ପ୍ରକାର ଜରୁରୀ ସୂଚନା ଦେଖାଇବାରେ ସକ୍ଷମ । ଏତିରେ ୫୦୫ ଲିଟରର ବୁଟ ସ୍ପେସ ମିଳେ । ଅଧିକ ବୁଟ ସ୍ପେସ ପାଇଁ ଏଥିରେ ରିୟର ସିଟକୁ ୬୦:୪୦ ରେସିଓରେ ପୋଲ୍ଡ ବି କରାଯାଇପାରେ । ଏଥିରେ ଲୋଡିଂ ଲିପକୁ ଅପରେଟ କରିବା ପାଇଁ ବୁଟରେ ବଟନ ଦିଆଯାଇଛି । ଭଲବୋର ଏହି ମିଡ ସାଇଜ ଏସୟୁବି ରେ ୨.୦ ଲିଟରର ଡିଜେଲ ଇଂଜିନ ଦିଆଯାଇଛି । ଯାହା ଏହି ସେଗମେଣ୍ଟର ଅଧିକ ଶକ୍ତିଶାଳୀ ଇଂଜିନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking