24.1 C
Bhubaneswar
Friday, January 10, 2025
Homeଓଡିଶା୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପରିବାରର ୩ ମୃତ

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପରିବାରର ୩ ମୃତ

ଯାଜପୁର: ବିଦ୍ୟୁତ୍ ଆଘାତରେ ପରିବାରରେ ତିନିଜଣ ପ୍ରାଣ ହରାଇଥିବା ଭଳି ଏକ ଦୁଃଖଦ ଖବର ସମସ୍ତଙ୍କୁ ହତବାକ୍ କରିଛି । ଏହି ଦୁର୍ଘଟଣାରେ ସାରା ପରିବାର ପ୍ରାଣ ହରାଇଥିବାବେଳେ ଗୋଟିଏ ଝିଅ ବଞ୍ଚି ଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ତଥା ବରପଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଦାପଡ଼ା ଗ୍ରାମର ବାସୁଦେବ ମଲିକ (୩୫) ହାଇଦ୍ରାବାଦ୍ ଠାରେ ଏକ କମ୍ପାନୀରେ କାମ କରୁଥିଲେ । ସେ ଏକ ତିନିତାଲା କୋଠାଘରର ଏକ କୋଠରୀରେ ଭଡ଼ାରେ ସ୍ତ୍ରୀ ରୀନା ମଲିକ ଓ ଦୁଇଝିଅ ଶୁଭଶ୍ରୀ (୮), ବିଶ୍ୱଶ୍ରୀ (୬)ଙ୍କୁ ନେଇ ରହୁଥିଲେ । ସେ ରହୁଥିବା ଘରଟି ଉପରେ ୧୧ କେଭି ବିଦ୍ୟୁତ୍ ତାର ଯାଇଥିଲା । ଗାଧୋଇ ସାରି ଲୁଗା ଶୁଖାଇବା ପାଇଁ ବାସୁଦେବ ଛାତ ଉପରକୁ ଯାଇଥିବାବେଳେ ଏହି ୧୧କେଭି କେବୁଲ ସଂସ୍ପର୍ଶରେ ଆସିଥିଲେ । ରୀନା ମଲିକ ତାଙ୍କର ସାନ ଝିଅକୁ କାଖେଇଥିବା ଅବସ୍ଥାରେ ଆସି ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଧରି ପକାଇବାକ୍ଷଣି ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପୋଡ଼ି ଯାଇଥିଲେ । ଘଟଣା ସ୍ଥଳରେ ବାସୁଦେବ ଓ ସାନଝିଅ ବିଶ୍ୱଶ୍ରୀ ପ୍ରାଣ ହରାଇଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ରୀନାର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରୁ ବଡ଼ଝିଅ ଶୁଭଶ୍ରୀ ବଞ୍ଚି ଯାଇଛି । ଘଟଣାଟି ପ୍ରଚାରିତ ହେବା ପରେ ବିଞ୍ଝାରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking