24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଗଙ୍ଗାସାଗର ମେଳା ପାଇଁ ପ୍ରସ୍ତୁତି : ଖଞ୍ଜାଯିବ ୧୦୫୦ ସିସିଟିଭି, ଉଡ଼ିବ ୨୦ଟି ଡ୍ରୋନ୍‌

ଗଙ୍ଗାସାଗର ମେଳା ପାଇଁ ପ୍ରସ୍ତୁତି : ଖଞ୍ଜାଯିବ ୧୦୫୦ ସିସିଟିଭି, ଉଡ଼ିବ ୨୦ଟି ଡ୍ରୋନ୍‌

କୋଲକାତା: ଆସନ୍ତାବର୍ଷ ଜାନୁଆରୀ ୮ରୁ ୧୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ପବିତ୍ର ଗଙ୍ଗାସାଗର ମେଳା ଆୟୋଜିତ ହେବାକୁ ଯାଉଛି । ବର୍ତ୍ତମାନ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ମେଳାରେ ଯେପରି ଶ୍ରଦ୍ଧାଳୁୁଙ୍କ ଅଧିକ ଭିଡ ପରିଲକ୍ଷିତ ନହଏ, ସେଥିପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ତଦନୁଯାୟୀ ମେଳା ସ୍ଥାନରେ ଲୋକଙ୍କ ଭିଡ ନିୟନ୍ତ୍ରଣ କରିବାକୁ ୧୦୫୦ଟି ସିସିଟିଭି ଖଞ୍ଜାଯିବ । ଏହାବ୍ୟତୀତ ୨୦ଟି ଡ୍ରୋନ୍‌କୁ ମଧ୍ୟ ନିୟୋଜିତ କରାଯିବ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗଙ୍ଗାରେ ବୁଡ ପକାଇବାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଯେପରି କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖନ୍ତି, ତାହା ଉପରେ ଗୁରୁତ୍ୱ ଦିଆଯିବ । ମେଳା ସ୍ଥାନରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ । ସେଠାରେ ନିୟୋଜିତ କର୍ମଚାରୀ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସିସିଟିଭି ଓ ଡ୍ରୋନ୍ ବ୍ୟତୀତ ମେଳା ସ୍ଥାନରେ ୨ଟି ଏୟାର ଆମ୍ବୁଲାନ୍ସ, ୮୫ଟି ଆମ୍ବୁଲାନ୍ସ ଓ ୩ଟି ୱାଟର ଆମ୍ବୁଲାନ୍ସକୁ ମହଜୁଦ ରଖାଯିବ । ମମତା ବାନାର୍ଜୀ ସ୍ଥିତି ପରଖିବାକୁ ଆସନ୍ତାକାଲି ଗଙ୍ଗାସାଗର ଗସ୍ତ କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking