19.1 C
Bhubaneswar
Friday, January 10, 2025
Homeଓଡିଶାହାଲୁକା ବର୍ଷା ଜାରି, ଶୀତ ଫେରିବ

ହାଲୁକା ବର୍ଷା ଜାରି, ଶୀତ ଫେରିବ

ଭୁବନେଶ୍ୱର: ପାଣିପାଗ ବିଭାଗର ପୂର୍ବନୁମାନ ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ ହୋଇଛି । କଟକ ଜିଲ୍ଲାର ନିଶ୍ଚିତକୋଇଲିରେ ସବୁଠୁ ଅଧିକ ପରିମାଣର ୩୦.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୦.୨ ମିଲିମିଟର ବର୍ଷା ଏୟାରପୋର୍ଟ ଅଞ୍ଚଳରେ ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢ଼ିପାରେ । ବର୍ଷ ଶେଷ ଯାଏଁ ବର୍ଷା ଲାଗି ରହିବ ଏବଂ ଆଗକୁ ପାଗ ଶୁଖିଲା ରହିବା ସହ ଶୀତ ଫେରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ମଧ୍ୟକୁ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାରେ ଶୁଷ୍କ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାବେଳେ ରାଜସ୍ଥାନରୁ ତେଲେଙ୍ଗାନା ମଧ୍ୟରେ ଏକ ଟ୍ରଫ୍ ଲାଇନ ରହିଛି ।

ସେହିଭଳି ଉତ୍ତର ପ୍ରଦେଶ ଉପରେ ମଧ୍ୟ ଲୋୟର ଲେବଲରେ ଗୋଟିଏ ସାଇକ୍ଲୋନିକ୍ ସର୍କୁଲେସନ ରହିଛି । ଏହାର ପ୍ରଭାବରେ ଆଗାମୀ ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହୁଛି । ବିଶେଷ କରି ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ ଉତ୍ତର ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ସେହିଭଳି ୩୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହୁଛି ।

ତେବେ ୩୧ ଏବଂ ୧ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଶୀତ ଲହରୀ କଥା ଦେଖିଲେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ଏବଂ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୧୪.୩ ଡିଗ୍ରୀ । ତେବେ ଦାରିିଙ୍ଗବାଡ଼ିର ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୧୨.୦ ଡିଗ୍ରୀ  ରହିଥିଲା । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଥିଲା ୧୮.୮ ଡିଗ୍ରୀ ଥିଲା ।

ବର୍ତ୍ତମାନ ବହୁ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଙ୍ଗଳବାର ସକାଳେ ଭିଜିବିଲିଟି ୫୦ ମିଟର ତଳକୁ ରହିଥିଲା । ସେହିଭଳି ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାରେ ୧୫୦ ମିଟର ତଳକୁ ଥିଲା । ପାଣିପାଗ ବିଭାର ଆକଳନ ଅନୁଯାୟୀ ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ରହିବ । ସେହିଭଳି ୩୦ ଏବଂ ୩୧ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking