19.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶମିଆଁମାର ସେନାର ବର୍ବରତା, ୩୦ଲୋକଙ୍କୁ ହତ୍ୟା ପରେ ପୋଡି ଦେଲେ

ମିଆଁମାର ସେନାର ବର୍ବରତା, ୩୦ଲୋକଙ୍କୁ ହତ୍ୟା ପରେ ପୋଡି ଦେଲେ

ମିଆଁମାର: ମିଆଁମାର ସେନାର ବର୍ବରତା । ୩୦ଜଣଙ୍କୁ ହତ୍ୟା କରି ଜାଳିଦେଲେ । ମହିଳା ଓ ଶିଶୁ ବି ବାଦପଡିଲେନି । ହିଂସାଗ୍ରସ୍ତ ମିଆଁମାରର କାୟା ରାଜ୍ୟର ମୋ ସେ ଗାଁରେ ଘଟିଛି ଏଭଳି ବର୍ବରତା । ଆତଙ୍କବାଦୀ ସନ୍ଦେହରେ ଯବାନମାନେ ମହିଳା ଓ ଶିଶୁଙ୍କ ସମେତ ୩୦ଜଣଙ୍କୁ ହତ୍ୟା କରି ଜାଳି ଦେଇଛନ୍ତି । ସେନାର ଏଭଳି ଅମାନୁଷିକ କାର୍ଯ୍ୟ ମିଆଁମାରରେ ଆଲୋଡନ ସୃଷ୍ଟି କରିଛି । ମିଆଁମାରରେ ନିର୍ବାଚିତ ସରକାରକୁ ହଟାଇ ସେନା ନିଜ ହାତକୁ ଶାସନ କ୍ଷମତା ନେବା ପରେ ସାଧାରଣ ଲୋକଙ୍କ ସ୍ୱର ଦବାଇବା ପାଇଁ ଚଳାଇଛି ଅକଥନୀୟ ଅତ୍ୟାଚାର ।

ଗଣମାଧ୍ୟମ ରିପୋର୍ଟ ତଥା ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଗତ ଶନିବାର ଦିନ ହପ୍ରସୋ ସହରର ମୋ ସୋ ଗ୍ରାମ ନିକଟରେ ମିଆଁମାରର ସୈନିକମାନେ ହଠାତ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରି କିଛି ବୃଦ୍ଧ, ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୫୦ ଜଣଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନେ ଗୁଳିବର୍ଷା କରି ୩୦ ଜଣଙ୍କୁ ହତ୍ୟା କରିଥିଲେ ଏବଂ ଶବଗୁଡ଼ିକୁ ନିକଟସ୍ଥ ଏକ ଖୋଲା ସ୍ଥାନରେ ପୋଡ଼ିଥିଲେ ବୋଲି କରନେନି ମାନବ ଅଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ଆତଙ୍କବାଦ ଦମନ ନାମରେ ସେନାର ଏଭଳି ଅମାନୁଷିକ ତଥା ନିର୍ଦ୍ଦୟ ହତ୍ୟାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି।

ସେନା ଯେଉଁମାନଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଛି ସେମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। କେବଳ ସେନାର ବାରଣ ନମାନି ସେହି ଲୋକମାନେ ନିଜ ଗାଡ଼ିରେ ଆଗକୁ ବଢ଼ିବାରୁ ସେମାନଙ୍କୁ ହତ୍ୟା କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଗୁଳି କରି ହତ୍ୟା କରିବା ପରେ ଅଧିକାଂଶ ଶବକୁ ସେମାନେ ଯାଉଥବା ଟ୍ରକ୍‌ ଡାଲାରେ ହିଁ ପୋଡ଼ାଯାଇଥିଲା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking