23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶନାଞ୍ଜିପଦା ଗ୍ରାମରେ ବଧୂ ହତ୍ଯା ଅଭିଯୋଗ : ଶାଶୁ ଶ୍ବଶୁର ଫେରାର୍, ସ୍ବାମୀ ଅଟକ

ନାଞ୍ଜିପଦା ଗ୍ରାମରେ ବଧୂ ହତ୍ଯା ଅଭିଯୋଗ : ଶାଶୁ ଶ୍ବଶୁର ଫେରାର୍, ସ୍ବାମୀ ଅଟକ

ଭଦ୍ରକ : ପୁଣି ବଧୂ ହତ୍ଯା ଅଭିଯୋଗ। ଅଧିକ ଯୌତୁକ ଦାବି କରି ନବ ବଧୂକୁ ମାରିଦେଇଥିବା ଥାନାରେ ଅଭିଯୋଗ କଲେ ମୃତକଙ୍କ ବାପା ମା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଅଢୁଆଁ ପଂଚାୟତର ନାଞ୍ଜିପଦା ଗ୍ରାମରୁ । ଏହି ଗ୍ରାମର ହରିଆ ମଳିକଙ୍କ ସାନପୁଅ ଅର୍ଜୁନ ମଳିକ ବୈଦିକ ରୀତିରେ ଦୀର୍ଘ ୧୮ମାସ ହେବ ସେହି ଗ୍ରାମର ମୁରଲୀ ମଳିକଙ୍କ ଝିଅ ଗୀତା ମଳିକଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ବେଶ ଖୁସିବାସରେ ଚାଲିଥିବା ବେଳେ ଗୀତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ବିବାହ ସମୟରେ ଅର୍ଜୁନର ପରିବାର ପକ୍ଷରୁ ଦାବି ମୁତାବକ ଗୀତାର ପରିବାର ଜାନି ଯୌତୁକ ମଧ୍ୟ ଦେଇଥିଲେ ।

ହେଲେ ଏହି କିଛି ଦିନ ହେବ ଅର୍ଜୁନର ପରିବାର ପକ୍ଷରୁ ଅଧିକ ୫୦ହଜାର ଟଙ୍କା ଦାବି କରି ନିର୍ଯ୍ୟାତନା ଦେଉଥିବା କଥା ଫୋନ ମାଧ୍ୟମରେ ଗୀତା ତାଙ୍କ ବାପା ମାକୁ ଜଣାଇଥିଲା । ପରିବାର ସକ୍ଷମ ଅଭାବରୁ ପରେ ଦେବେ ବୋଲି ଗୀତାର ବାପା କହିଥିଲେ । ହେଲେ ଗତକାଲି ଗୀତାର ବାପା ମା ଖବର ପାଇ ଆସି ଦେଖନ୍ତି ତ ଶ୍ବଶୁର ଘର ଅଗଣାରେ ଗୀତାର ମୃତଦେହ ପଡିଛି । ଏନେଇ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ମାରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଗୀତାର ମା ଅନୁସୟା ମଳିକ । ଖବର ପାଇ ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଗୀତାର ସ୍ୱାମୀ ଅର୍ଜୁନ ମଳିକଙ୍କୁ ଥାନାକୁ ଆଣିଛି। ଅନ୍ଯପଟେ ଶାଶୁ ଶ୍ବଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking