28.1 C
Bhubaneswar
Sunday, November 24, 2024
Homeଓଡିଶାଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ଗିରଫ କରି ତଦନ୍ତ ପରିସରଭୁକ୍ତ କରାଯାଉ : ବିଜେପି

ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ଗିରଫ କରି ତଦନ୍ତ ପରିସରଭୁକ୍ତ କରାଯାଉ : ବିଜେପି

*ଗୋବିନ୍ଦ ସାହୁ ଅଭିଯୁକ୍ତ ହେଲେ; ଗୃହମନ୍ତ୍ରୀ ମିଶ୍ର ହେଉଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ
*ଘୃଣ୍ୟ ଓ ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜନା ଅନୁଯାୟୀ ଷଡଯନ୍ତ୍ର ରଚାଯାଇ ମମିତାଙ୍କୁ ହତ୍ୟା କରାଯାଇଛି

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି । ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିଲା । ରାଜ୍ୟ ମନ୍ତ୍ରୀମଣ୍ଡର ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ନେତାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ବାରମ୍ବାର ସେହି ସ୍କୁଲକୁ ଆସୁଥିଲେ । ଏପରିକି ସ୍କୁଲ ପରିସରରେ ଥିବା ବିଳାସମୟ କୋଠରୀରେ ମନ୍ତ୍ରୀ ଶ୍ରୀ ମିଶ୍ର ରାତି ମଧ୍ୟ ବିତାଉଥିଲେ । ସନସାଇନ ସ୍କୁଲକୁ ଆସିଲେ ସେ ନିଜକୁ ଯୁବକ ବୋଲି ଅନୁଭବ କରୁଥିବାର ମନ୍ତ୍ରୀ ଶ୍ରୀ ମିଶ୍ର ବହୁ ଥର ପ୍ରକାଶ କରିଛନ୍ତି । ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାର ଅପବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟକୁ ନ ପଠାଇ ପୋଲିସ ବାରାକରେ ୪ଦିନ ଧରି ରଖିବା ଏବଂ ପରେ ପୋଲିସ ହେପାଜତରୁ ରାତି ଅଧରେ ପାଚେରୀ ଡେଇଁ ଫେରାର କରାଇବାରେ ମଧ୍ୟ ମନ୍ତ୍ରୀଙ୍କ ହାତ ରହିଛି । ମମିତା ହତ୍ୟାକାଣ୍ଡଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୋଧରେ ବହୁ ପ୍ରମାଣ ଓ ଅଭିଯୋଗ ଥିବା ସତ୍ୱେ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ କରୁଛି । ବର୍ତମାନ ସୁଦ୍ଧା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ।
କଳା କାରନାମା ଏବଂ ଏହି କାରନାମାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ମନ୍ତ୍ରୀ, ନେତା ଓ ଅଧିକାରୀଙ୍କ ସଂପୃକ୍ତି ବିଷୟରେ ଜାଣିଦେଇଥିବାରୁ ଷଡଯନ୍ତ୍ର ରଚାଯାଇ ହତ୍ୟା କରାଯାଇଛି ବୋଲି ମୃତ ମମିତାଙ୍କ ପରିବାରର ସ୍ପଷ୍ଟ ଅଭିଯୋଗ ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ କରିବା ପରିବର୍ତେ ସୁରକ୍ଷା ପ୍ରଦାନ କରାଯାଉଛି ।
ସମସ୍ତ ତଥ୍ୟକୁ ବିଚାର କଲେ ଏହା ସ୍ପଷ୍ଟ ହେଉଛି ଯେ, ଏଭଳି ଘୃଣ୍ୟ ଓ ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜନା ଅନୁଯାୟୀ ଷଡଯନ୍ତ୍ର ରଚାଯାଇ ମମିତାଙ୍କୁ ହତ୍ୟା କରାଯାଇଛି । ଗୋବିନ୍ଦ ସାହୁ ଅଭିଯୁକ୍ତ ହେଲେ; ମନ୍ତ୍ରୀ ଶ୍ରୀ ମିଶ୍ର ହେଉଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଭୂବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରାଯାଇଛି ।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପସଭାନେତ୍ରୀ ନିରୋଜ ନଳିନୀ ମହାଲିକ, କସ୍ତୁରୀ ମିଶ୍ର, ରାଜ୍ୟ ସଂପାଦିକା ଇତିଶ୍ରୀ ଜେନା, ରଶ୍ମୀରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଂଟିଆ, ଭୂବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking