ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିକଟରେ ରାଜ୍ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ଏଥି ସହିତ ଠକେଇ ଅଭିଯୋଗ ମଧ୍ୟ ଆଣିଥିଲେ । ଏବେ ଏହି ପ୍ରସଙ୍ଗରେ ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଦମ୍ପତୀ ଶର୍ଲିନ ଚୋପ୍ରାଙ୍କ ଉପରେ ମାନହାନି ମକଦ୍ଦମା କରିଛନ୍ତି । ଦୁହେଁ ଶର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି । ଏଥି ସହିତ ଶର୍ଲିନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ଏବଂ ମିଥ୍ୟା ବୋଲି କହିଛନ୍ତି । କିଛିଦିନ ପୂର୍ବେ ଶର୍ଲିନ ଚୋପ୍ରା, ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟିଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ନେଇ ଅଭିଯୋଗ ଲଗାଇଥିଲେ । ଏ ନେଇ ସେ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ଏବେ ଶିଳ୍ପା ଓ ରାଜ୍ଙ୍କ ଓକିଲ ଶର୍ଲିନଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି କେସ୍ ଫାଇଲ୍ କରିଛନ୍ତି । ଦମ୍ପତିଙ୍କ ଓକିଲ ଅଫିସିଆଲ ବୟାନ ଜାରି କରି କହିଛନ୍ତି ଯେ ‘ଶର୍ଲିନ ଚୋପ୍ରା, ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଉପରେ ଯେତେ ବି ଅଭିଯୋଗ ଲଗାଇଛନ୍ତି, ସେ ସବୁଗୁଡ଼ିକ ମିଥ୍ୟା, ନକଲି ଏବଂ ଭିତ୍ତିହୀନ । ଏହାର କୌଣସି ବି ପ୍ରମାଣ ନାହିଁ । ଏହା ପୂର୍ବରୁ ଶର୍ଲିନ ପର୍ଣ୍ଣ ର୍ୟାକେଟ୍ ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ବୟାନ ରେକର୍ଡ କରିଥିଲେ । ଏହାଛଡ଼ା ସେ କହିଥିଲେ କି, ରାଜ କୁନ୍ଦ୍ରା ଓ ତାଙ୍କର କ୍ରିଏଟିଭ୍ ଡାଇରେକ୍ଟର ମୋବାଇଲ ଆପ୍ ହଟ୍ଶଟସ୍ ପାଇଁ ତାଙ୍କଠୁ ଶୁଟ୍ କରେଇବା ପଛରେ ପଡ଼ି ଯାଇଥିଲେ । ଶର୍ଲିନ ବିସ୍ତୃତ ବୟାନ ଜାରି କରିଥିଲେ, ଯାହା ଏହି ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଫାଇଲ୍ କରାଯାଇଥିବା ଚାର୍ଜସିଟ୍ର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଥିଲା ।