19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀରର ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ଖାଲି ସେତିକି ନୁହେଁ ଏହା ଭିତରେ ସୂଚନା ମିଳିଛି ଯେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ବିହାରର ବୀରେନ୍ଦ୍ର ପାସୱାନଙ୍କ ହତ୍ୟାକାରୀ ମଧ୍ୟ ସାମିଲ ଥିଲା । ତେବେ ଏହି ଏନକାଉଣ୍ଟର୍ ପରେ ସୋପିଆନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜମ୍ମୁ-କାଶ୍ମୀରର ଡିଜିପି ଦିଲୱାଗ ସିଂ କହିଛନ୍ତି ଯେ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସୋପିଆନରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏଥିସହିତ ତୁଲରାମରେ ମଧ୍ୟ ଆତଙ୍କବାଦୀଙ୍କ ଗତିବିଧି ରହିଛି । ତେଣୁ ସେ ଅଞ୍ଚଳରେ ମଧ୍ୟ କୁହାଯାଉଛି ଯେ, ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ତେବେ ସୋପିଆନରେ ହୋଇଥିବା ଗୁଳି ବିନିମୟରେ ନିହତ ହୋଇଥିବା ତିନି ଜଣ ଆତଙ୍କୀଙ୍କ ଠାରୁ ସୁରକ୍ଷା ବଳ ଗୋଳା ବାରୁଦ ଜବତ କରିଛନ୍ତି । ତେବେ ଏହି ତିନି ଜଣ ଟିଆରଏଫ୍ ସଦସ୍ୟ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking