🎪🛕ଆଜିର ଅନୁଚିନ୍ତା🛕🎪

➡️ଦୁନିଆରେ ପ୍ରତି ସେକେଣ୍ଡରେ ଯଦି କିଛି ପରିବର୍ତ୍ତନ ଶୀଳ,ତାହା ହେଉଛି ମଣିଷର ମନ ।ତେଣୁ ସାବଧାନ !!
➡️ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନିଏ,ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ୍ ।ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ।

➡️ସବୁବେଳେ ମୁହଁ ସୂର୍ଯ୍ୟ କିରଣ ଆଡକୁ ରଖନ୍ତୁ,ଛାୟା ସବୁବେଳେ ଆପଣଙ୍କ ପଛରେ ରହିବ ତେବେ ଯାଇଁ ଆମେ ଜିତିବା ।

➡️ପୃଥିବୀରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁ ଥାଏ,କାଲି କେତେ ଥିଲା ଆଜି କେତେ ବଢିଛି ।ଆଉ ଉପରେ ବସିଥିବା ଈଶ୍ବର ହସୁ ଥାଆନ୍ତି,ଆଉ ମଣିଷର ଆୟୁଷ ଗଣି ଥାଆନ୍ତି,କାଲି କେତେ ଦିନ ଥିଲା ଆଉ ଆଜି କେତେ ରହିଲା –।ଲୋଭରୁ ଦୂରେଇ ରୁହନ୍ତୁ ,ସମାଜରେ ଭଲ କାମ କରନ୍ତୁ ।

➡️ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ !!

➡️ଏ ଦୁନିଆରେ ଭଲ ଲୋକମାନେ ବେଶି କଷ୍ଟ ପାଆନ୍ତି କାରଣ ସେମାନେ କାହାକୁ ଠକି ପାରନ୍ତି ନାହିଁ ।

ଅଦ୍ୟ ଅକ୍ଟୋବର ମାସ ୧୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)

ଶକାବ୍ଦ -୧୯୪୩

ସମ୍ବତ -୨୦୭୮

ସାଲ-୧୪୨୯

ସମ୍ବତ୍ସର-ରାକ୍ଷସ

ଆଶ୍ଵିନ୍ୟ – ଶୁକ୍ଳପକ୍ଷ

ତିଥି- ସପ୍ତମୀ ରାତ୍ରି ଘ ୧୦/୦୦ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ

ନକ୍ଷତ୍ର- ମୂଳା ଦିବା ଘ ୧୨/୧୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ।ଷ।ଢା

ଚନ୍ଦ୍ର- ଧନୁ

ଯୋଗ- ଶୋଭନ

କରଣ – ଗର

ସୌରମାସ- କନ୍ୟା ୨୬ ଦିନ

ଅଦ୍ୟ ପିଠେ ମହାଷ୍ଟମୀ ଓ ମୃଣ୍ମୟୀ ଦେବୀଙ୍କ ତ୍ରିଦିନାତ୍ମକ ସପ୍ତମୀ ପୂଜା

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୪୫

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୨୧

*✧═════•❁❀

ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୦/୦୦ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ

ମକର ରାଶିର ଘାତବାର

ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର

ସପ୍ତମୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳ। -ଦିବା ଘ ୧୨/୫୯ ଗତେ ଘ୦୨/୨୬ ମଧ୍ୟେ

ବାରବେଳ।- ଦିବା ଘ ୦୭/୧୨ ଗତେ ଘ୦୮/୪୧ ମଧ୍ୟେ

══•❁❀❁•═══

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୩୩ ମଧ୍ୟେ ଓ ଘ୦୮/୪୬ ଗତେ ଘ୧୧/୨୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୫/୨୬ ଗତେ ଘ୦୭/୪୭ ମଧ୍ୟେ*

═✧══•❁❀❁•═════✧

ଅଦ୍ୟ ତାଳ ରାତ୍ରି ଘ୧୦/୦୦ ଗତେ ନଡ଼ିଆ ଭକ୍ଷଣ ନିଷେଧ

꧁ ଆଜିର ରାଶିଫଳ꧂🌹🌼*

✧═════•❁❀❁•═════✧

🌹ମେଷ🌹👉 : ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।

✧═════•❁❀❁•═════✧

🌹ବୃଷ🌹👉: ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।

✧═════•❁❀❁•═════✧

🌹ମିଥୁନ🌹👉: ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।

✧═════•❁❀❁•═════✧

🌹କର୍କଟ🌹👉 : ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।

✧═════•❁❀❁•═════✧

🌹ସିଂହ🌹👉 : ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।

✧═════•❁❀❁•═════✧

🌹କନ୍ୟା🌹👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।

✧═════•❁❀❁•═════✧

🌹ତୁଳା 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

✧═════•❁❀❁•═════✧

🌹ବିଛା 🌹👉: ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।

✧═════•❁❀❁•═════✧

🌹ଧନୁ🌹👉 : ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।

✧═════•❁❀❁•═════✧

🌹ମକର 🌹👉: ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

✧═════•❁❀❁•═════✧

🌹କୁମ୍ଭ 🌹👉: ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।

✧═════•❁❀❁•═════✧

🌹ମୀନ🌹👉 : ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ ।

LEAVE A REPLY

Please enter your comment!
Please enter your name here