17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚୀନ୍ ରାଷ୍ଟ୍ରପତି ସି ଜିୀନ୍‌ପିଙ୍ଗ୍‌ଙ୍କ ଚେତାବନୀ : ଯେକୌଣସି ପ୍ରକାରେ ତାଇୱାନ୍‌କୁ ଚୀନ୍ ସହ ମିଶାଇବୁ

ଚୀନ୍ ରାଷ୍ଟ୍ରପତି ସି ଜିୀନ୍‌ପିଙ୍ଗ୍‌ଙ୍କ ଚେତାବନୀ : ଯେକୌଣସି ପ୍ରକାରେ ତାଇୱାନ୍‌କୁ ଚୀନ୍ ସହ ମିଶାଇବୁ

ବେଜିଂ: ତାଇୱାନ୍ ସହ ଶାନ୍ତିପୂର୍ଣ୍ଣ ଭାବେ ଏକୀକରଣ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଶନିବାର ସଂକଳ୍ପ କରିଛନ୍ତି । ଦେଶର ଅନ୍ତିମ ରାଜବଂଶକୁ ସମାପ୍ତ କରିଥିବା କ୍ରାନ୍ତିର ୧୧୦ତମ ବର୍ଷ ପୂରଣ ପାଇଁ ରାଜଧାନୀରେ ଅନୁଷ୍ଠିତ ସମାରୋହ ଅବସରରେ ବେଜିଂର ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍‌ରେ ସମ୍ବୋଧନ କରି ଜିନ୍‌ପିଙ୍ଗ୍ ଚୀନ୍ ସହ ତାଇୱାନ୍‌ର ଏକୀକରଣରେ ତାଇୱାନ୍ ସ୍ୱତନ୍ତ୍ର ବଳ ମୁଖ୍ୟ ପ୍ରତିବନ୍ଧକ ଥିଲା ବୋଲି କହିଛନ୍ତି । ସେ କହିଥିଲେ ଯେଉଁମାନେ ମାତୃଭୂମି ସହ ବିଶ୍ୱାସଘାତ କରିବା ସହ ଦେଶର ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କର କେବେ ଭଲ ହେବ ନାହିଁ । ହଂକଂରେ ଲାଗୁ ୱାନ୍ କଣ୍ଟ୍ରି ଟୁ ସିଷ୍ଟମ ପରି ତାଇୱାନ୍‌ରେ ଏହି ପଲିସି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ଏକୀକରଣ ଚାହୁଁଛନ୍ତି ବୋଲି ଜିନ୍‌ପିଙ୍ଗ୍ କହିଥିଲେ ।

ଅନ୍ୟପକ୍ଷରେ ଏହି ସିଷ୍ଟମକୁ ତାଇୱାନ୍ ପକ୍ଷରୁ ବିରୋଧ କରାଯାଇ ଆସୁଛି । ଚୀନ୍ ଯୁଦ୍ଧବିମାନ ଲଗାତାର ତାଇୱାନ୍ ସୀମା ଅତିକ୍ରମ କରିବା ଫଳରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଜିନ୍‌ପିଙ୍ଗ୍ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ତାଇୱାନ୍ ପ୍ରସଙ୍ଗ ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ବାହାର ଶକ୍ତିଙ୍କ ହସ୍ତକ୍ଷେପକୁ ଚୀନ୍ ବରଦାସ୍ତ କରିବ ନାହିଁ । ଜାତୀୟ ସ୍ୱାଧୀନତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବାରେ ଚୀନ୍‌ବାସୀ ଦୃଢ଼ ସଂକଳ୍ପକୁ କମ୍ ଭାବେ ଦେଖିବା ଠିକ୍ ହେବ ନାହିଁ ବୋଲି ଜିନ୍‌ପିଙ୍ଗ୍ ଚେତାବନୀ ଦେଇଛନ୍ତି । ଯେପରି ହେଉ ଚୀନ୍‌ର ଏକୀକରଣ କାର୍ଯ୍ୟକୁ ହାସଲ କରି ରହିବୁ ବୋଲି ଦୃଢ଼ ଭାବେ କହିଛନ୍ତି ।

ସୂଚନାଯୋଗ୍ୟ, ଗୃହଯୁଦ୍ଧ ପରଠାରୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି ତାଇୱାନ୍ କବ୍‌ଜା କରିବାରେ ସଫଳ ହୋଇପାରି ନାହିଁ । ତଥାପି ତାଇୱାନ୍‌କୁ ଚୀନ୍ ନିଜର ଏକ ଅଂଶ ବୋଲି ଭାବୁଛି ଏବଂ ବଳପୂର୍ବକ ଏହା ଉପରେ କବ୍‌ଜା କରିବା ଉପରେ ଜୋର୍ ଦେଇଆସୁଛି । ଅନ୍ୟପକ୍ଷରେ ତାଇୱାନ୍ ନିଜକୁ ଏକ ସ୍ୱାଧୀନ ଦେଶ ବୋଲି ଦାବି କରିଆସୁଛି । ଅନ୍ୟପକ୍ଷରେ ତାଇୱାନ୍ ବୁଝାମଣା ଅନୁସାରେ ନିଜ ସୈନ୍ୟ ତାଇୱାନ୍‌ଠାରୁ ଦୂରେଇ ରଖିବା ପାଇଁ ବେଜିଂ ଶୁକ୍ରବାର ବେଜିଂ ପକ୍ଷରୁ ୱାଶିଟନ୍‌କୁ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking