ନୂଆଦିଲ୍ଲୀ : ଲଦାଖର ୟୁନିଅନ୍ ଟେରିଟୋରୀ ଆଜି ଗାନ୍ଧୀ ଜୟନ୍ତୀଙ୍କୁ ସ୍ମରଣୀୟ କରିପାରିଛି। ଗାନ୍ଧୀ ଜୟନ୍ତୀଙ୍କ ଏହି ଶୁଭ ଅବସରରେ ଲଦାଖର ରାଜଧାନୀ ଲେହରେ ଏକ ବିଶାଳ ଭାରତୀୟ ଜାତୀୟ ପତାକା ଉନ୍ମୋଚିତ ହୋଇଥିଲା। ଏହି ପତାକାର ବିଶେଷ ବିଶେଷତ୍ୱ ହେଉଛି ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଖଦି ଜାତୀୟ ପତାକା । ସମ୍ପୁର୍ଣ୍ଣ ଖଦିରେ ନିର୍ମିତ ଏହି ପତାକା 225 × 150 ଫୁଟ ମାପ କରିଥାଏ । କେବଳ ଏତିକି ନୁହେଁ, ଏହାର ଓଜନ ଏକ ଟନ୍ ପାଖାପାଖି ଥିବାବେଳେ ଏହାକୁ ତିଆରି କରିବାକୁ ପ୍ରାୟ 1.5 ମାସ ସମୟ ଲାଗିଥିଲା । ଏହାକୁ ତିଆରି କରିଛନ୍ତି ୫୭ ଇଂଜିନିୟର ରେଜିମେଂଟ । ଯାହାର ଓଜନ ଏକ ହଜାର କେଜି । ସ୍ଥଳସେନା ମୁଖ୍ୟ ଓ ଲଦାଖ ଉପରାଜ୍ୟପାଳଙ୍କ ଉପସ୍ଥିତିରେ ପାହାଡ ଶିଖରରେ ଉଡ଼ିଛି । ଯାହା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ଲଦାଖ ଉପରାଜ୍ୟପାଳ ଆର କେ ମାଥୁର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତୀୟ ସ୍ଥଳସେନା ମୁଖ୍ୟ ଏମଏମ ନରଭଣେ ମଧ୍ୟ ଉପସ୍ଥିତି ଥିଲେ ।