ଢେଙ୍କାନାଳ : ଗ୍ରାମଞ୍ଚଳ ଗୁଡିକରେ ସ୍ୱସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ଆୟୁର୍ବେଦ ଚିକିତ୍ସାଳ ସ୍ଥାପନ କରିଛନ୍ତି । ଦିର୍ଘ ବର୍ଷ ହେଲା ଡାକ୍ତର ଓ କର୍ମଚାରୀ ଅଭାବରୁ ଚିକିତ୍ସାଳୟରେ ତାଲା ଝୁଲି ରହିଛି । ଫଳରେ ଗ୍ରାମବାସୀ ଚିକିତ୍ସା ପାଇବାରୁ ବଚିଂତ ହେଉଛନ୍ତି । ତେବେ ବନ୍ଦ ପଡିଥିବା ଆୟୁର୍ବେଦ ଚିକିତ୍ସାଳୟ ଗୁଡିକରେ ଡାକ୍ତ ଓ କର୍ମଚାରୀ ନିଯୁକ୍ତ କରାଇ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଅଚଂଳବାସୀ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କନ୍ତିଓପୁଟସାହି ଠାରେ ଗୋଟିଏ ଆୟୁର୍ବେଦ ଚିକିତ୍ସାଳୟ ରହିଛି । ପୁର୍ବରୁ ଏହା ଠିକ୍ ଠାକ୍ ଚାଲିଥିଲା ।
ସେଠାରେ ଜଣେ ଡାକ୍ତର ଓ କର୍ମଚାରୀ ରହିଥିଲେ । ପାଖା ପାଖି ଅଚଂଳର ଲୋକେ ଏଠାକୁ ଆସି ଡାକ୍ତରଙ୍କ ପରାମର୍ଶ ନେଉଥିଲେ । ହେଲେ ୫ ବର୍ଷ ହେଲା ଏହି ଚିକିତ୍ସାଳୟରେ ତାଲା ଝୁଲି ରହିଛି । ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା କେନ୍ଦ୍ର ଥାଇ ମଧ୍ୟ ଲୋକମାନେ ଚିକିତ୍ସା ପାଇପାରୁ ନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ତେବେ ଚିକିତ୍ସାଳୟ ଟିର ମରାମତି କରିବା ସହିତ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରିବାକୁ ଅଚଂଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।