32.1 C
Bhubaneswar
Thursday, March 28, 2024
Homeଓଡିଶାଭତା ପାଇବାରୁ ବଞ୍ଚିତ ବୃଦ୍ଧବୃଦ୍ଧା

ଭତା ପାଇବାରୁ ବଞ୍ଚିତ ବୃଦ୍ଧବୃଦ୍ଧା

ଢେଙ୍କାନାଳ : ରାଜ୍ୟ ସରକାର ଗରିବ ଖଟିଖିଆ ନିଶଃହାୟ ଲୋକଙ୍କ ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି । ଏବେ ବି ଅନେକ ଲୋକ ଅଛନ୍ତି ସେମାନଙ୍କ ନିକଟରେ ଏହି ଯୋଜନା ପହଂଚି ପାରୁ ନାହିଁ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାଙ୍ଗ ଗ୍ରାମପଂଚାୟତ କରଡା ସିଂ ଗ୍ରମରେ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଳାଙ୍ଗ ଗ୍ରାମପଂଚାୟତର କରଡା ସିଂ ଗ୍ରାମର କନକ ବେହେରା, କାଳି ଜାନି, ଶୈଳ ଜାନି, ମାଧପୁରୁ ଗ୍ରାମର ବୁଧ ଜାନି, ବଂଶିଧର ଜାନି, କାମନା ଦେହୁରୀ ଓ ବିଷ୍ଣୁ ଜାନି ଭତା ପାଇବାରୁ ବଚିଂତ ହୋଇଛନ୍ତି । ସେମାନଙ୍କ ବୟସ ୬୦ ବର୍ଷରୁ ଅଧିକା ହୋଇଛି ।

ତାଙ୍କ ମଧ୍ୟ କେତେ ଜଣଙ୍କ ସ୍ୱାମୀ ଅକାଳରେ ଚାଲି ଯାଇଛନ୍ତି । ସେମାନେ ବାର୍ଦ୍ଧକ୍ୟ ଭତା ଓ ବିଧବା ଭତା ପାଇଁ ପଚାଂୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଛନ୍ତି । ମାତ୍ର ତାଙ୍କ ଗୁହାରି କେହି ଶୁଣୁ ନଥିବା ସେମାନେ ପ୍ରକାଶ କରିଛନ୍ତି। ଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ସେମାନଙ୍କ ଦରଖାସ୍ତକୁ ଗ୍ରହଣ କରି ତୁରନ୍ତ ଭତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking