ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ। ଏହି ଖବର ସୂତ୍ରରୁ ଉଦ୍ଧୃତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକା ପାଇ ପାରି ନାହିଁ ।
ଏଥିପାଇଁ ଭାରତ ବାୟୋଟେକ ଜୁଲାଇ ମାସରେ ସଂଗଠନ କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ WHO ଏହି ସପ୍ତାହରେ WHO କୁ ଟିକା ଅନୁମତି ଦେଇପାରେ ।
ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଟିକା ସମୀକ୍ଷା କରାଯାଉଥିଲା । ଦକ୍ଷିଣ-ପୂର୍ବ ଏସିଆର WHO ର ଆଞ୍ଚଳିକ ନିର୍ଦ୍ଦେଶକ ଡ ପୁଣମ୍ ଖେତ୍ରପାଲ ସିଂ ଜୁଲାଇରେ କହିଛନ୍ତି ଯେ ବୈଷୟିକ ବିଶେଷଜ୍ଞ କମିଟି ଏହି ଡୋସିୟର ସମୀକ୍ଷା କରୁଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ କିଛି ସମୟ ପୂର୍ବରୁ ଭାରତ ବାୟୋଟେକ୍ ମେଡ୍ ଇନ୍ ଇଣ୍ଡିଆ କୋଭିଡ -19 ଟିକା ତୃତୀୟ ପର୍ଯ୍ୟାୟର ପରୀକ୍ଷା ତଥ୍ୟ DCGI ରେ ଦାଖଲ କରିଥିଲା। ଏହାପୂର୍ବରୁ, ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତଥ୍ୟ ଆଧାରରେ ଡିସିଜିଇ ଭାରତରେ କୋଭାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହି ପରୀକ୍ଷା ଭାରତର 25 ଟି ସ୍ଥାନରେ କରାଯାଇଥିଲା ।