31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଶାଶୂକୁ ବୋହୂର ଚାପୁଡ଼ା ମାଡ଼ ଭିଡ଼ିଓ ଭାଇରାଲ

ଶାଶୂକୁ ବୋହୂର ଚାପୁଡ଼ା ମାଡ଼ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ଭାରତୀୟ ପରମ୍ପରାରେ ଶାଶୂ ବୋହୂଙ୍କ ସମ୍ପର୍କ ଠିକ୍ ମା’ ଝିଅର ସମ୍ପର୍କ ପରି । ମା’କୁ ଝିଅ ଯେପରି ସମ୍ମାନ ଦିଏ, ଶାଶୂଙ୍କୁ ମଧ୍ୟ ସେପରି ସମ୍ମାନ ଦିଆଯିବାର ଦେଖାଯାଏ । ହେଲେ କଳିଯୁଗରେ ଏମିତି କିଛି ବୋହୂ ଅଛନ୍ତି ଯିଏ ଶାଶୂଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏମିତି ଘଟଣା ଘଟିଛି ହରିୟାନାର ଗୁରୁଗ୍ରାମରେ । ସୂଚନା ଅନୁଯାୟୀ, ଜଣେ ବୋହୂ ଘରେ ଶାଶୂଙ୍କୁ କାମ କରାଇବା ନେଇ ମାଡ଼ ମାରିଛନ୍ତି । ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଘରେ କାମ ବାଲି ରଖିବାକୁ ନେଇ ଝଗଡ଼ା ଲାଗିଥିବା ବେଳେ ଶାଶୂଙ୍କୁ ଘରେ କାମ କରାଇବା ନେଇ ବୋହୂ ଝଗଡ଼ା କରିବା ଓ ଶେଷରେ ଶାଶୂଙ୍କୁ ଚାପୁଡ଼ା ମାରିବା ଭଳି ଅଭାବନୀୟ ଘଟଣା ଘଟିଥିଲା । ଘରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଘରେ ବୋହୂର ତାଣ୍ଡବରେ ସବୁ ସଦସ୍ୟ ଚୁପ୍ ଥିବା ବେଳେ ପଡୋଶୀ ଶାଶୂଙ୍କୁ ଉଦ୍ଧାର କରିବାକୁ ଆସି ବୋହୂର ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ବୋହୂ ଶାଶୂଙ୍କୁ ବାରମ୍ବାର ଚାପୁଡ଼ା ମାରୁଥିବା ବେଳେ ଏହାକୁ କେହି ଭିଡ଼ିଇ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲୋକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking