ନୂଆଦିଲ୍ଲୀ : ବିଦେଶୀ ରାଷ୍ଟ୍ରର ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବାକୁ ଭାରତୀୟ ନୌସେନାକୁ ଏକ ପ୍ରଭାବଶାଳୀ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି । ଯାହା ପରେ ଭାରତୀୟ ନୌସେନା ସମୁଦ୍ରରେ ଚୀନ୍ ଏବଂ ପାକିସ୍ତାନର ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ଉପରେ ଉଚିତ ଜବାବ ଦେବ । ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧ୍ରୁବ ୧୦ ସେପ୍ଟେମ୍ବରରେ ଲଞ୍ଚ ହେବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସେପ୍ଟେମ୍ବର ୧୦ରେ ବିଶାଖାପାଟଣାରେ ସାଟେଲାଇଟ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଟ୍ରାକ୍ କରିବା ପାଇଁ ଭାରତର ପ୍ରଥମ ଜାହାଜ ଆଇଏନଏସ ଧ୍ରୁବ କୁ ନୌସେନାରେ ନିୟୋଜିତ କରିବେ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏବଂ ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନର ସହଯୋଗରେ ହିନ୍ଦୁସ୍ତାନ ସିପୟାର୍ଡ ଦ୍ୱାରା ନିର୍ମାଣ କରାଯାଇଥିବା ଆଇଏନଏସ ଧ୍ରୁବ ଶତ୍ରୁ ପକ୍ଷରୁ ପଠାଯାଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବାର କ୍ଷମତା ରଖିଛି ।