ଭୁବନେଶ୍ୱର: କାରୋନା ରେ ଆକ୍ରାନ୍ତ ହୋଇ ଏମ୍ସ ରେ ଭର୍ତ୍ତି ହୋଇଥିବା ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏଯାଏ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ବିଜେପି ପକ୍ଷରୁ ଆଜି ଜାରି କରାଯଇଥିବା ଏକ ଫଟୋରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ଫଟୋ କୁ ଦେଖିଲେ ଜଣାପଡ଼ୁଛି ଯେ ସେ ସ୍ଵାଭାବିକ ଭାବେ ନିଃଶ୍ୱାସ ପ୍ରସ୍ୱାସ ନେଇ ପାରୁନାହାଁନ୍ତି । ତାଙ୍କ ଶରୀରରେ ଲାଗିଥିବା ଯନ୍ତ୍ରାଂଶ ରୁ ଜଣାପଡ଼ୁଛି, ସେ ଅସୁବିଧାରେ ଅଛନ୍ତି।
ବିଜେପି ର ଅନୁସୂଚୀତ ଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ ସିଂହ ଆର୍ଯ୍ୟ ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିରୋଧୀଦଳ ନେତା ଙ୍କୁ ସାକ୍ଷାତ କରିବାକୁ ହସ୍ପିଟାଲ ଯାଇଥିଲେ। କାରୋନାରେ ସେ ଗତ ଏପ୍ରିଲ୍ ମାସ ଶେଷ ସପ୍ଟ୍ତହ ବେଳକୁ ଏମ୍ସ ରେ ଭର୍ତି ହୋଇଥିଲେ। ଇତିମଧ୍ୟରେ ଚାରି ମାସ ବିିତିଗଲାାଣି । ଭଗବାନ ତାଙ୍କ ଭଳି ଜଣେ ସରଳ ଲୋକଙ୍କୁ ଶୀଘ୍ର ଭଲକରି ଦିିଅନ୍ତୁ।