ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ରାଜଧାନୀ ଦେହରାଡୁନକୁ ଋଷିକେଶ ସହିତ ସଂଯୋଗ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାନିପୋଖରୀ ବ୍ରିଜ ଭାଙ୍ଗି ଯାଇଛି, ଯେଉଁଥିପାଇଁ ଦେହରାଡୁନରୁ ଋଷିକେଶ ପର୍ଯ୍ୟନ୍ତ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଗାଡିଗୁଡ଼ିକ ବ୍ରିଜ ଦେଇ ଯାଉଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା। ଏହି କାରଣରୁ କିଛି ଯାନ ଏପର୍ଯ୍ୟନ୍ତ ଫସି ହୋଇ ରହିଛି ।
ଜାତୀୟ ରାଜପଥରେ ଅବସ୍ଥିତ ରାନିପୋଖରୀ ସେତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦେହରାଡୁନରୁ ଋଷିକେଶ ସହିତ ସଂଯୋଗ କରେ ଏବଂ ଏଠାରେ ସବୁବେଳେ ଟ୍ରାଫିକ ଗହଳି ବି ଥାଏ । ଉତ୍ତରାଖଣ୍ଡରେ ଲଗାତାର ବର୍ଷା ହେଉଛି, ଏଭଳି ପରିସ୍ଥିତିରେ ସମତଳ ଅଞ୍ଚଳରେ ବର୍ଷା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ପ୍ରବଳ ବର୍ଷା ଯୋଗୁଁ କିଛି ଯାନବାହାନ ଭାସି ଯାଇଥିବା ଖବର ମଧ୍ୟ ଅଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ । ଆଜି ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ କମଳା ସତର୍କ ସୂଚନା ଜାରି କରାଯାଇଛି ।