17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା । ଶିକ୍ଷକଙ୍କ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି । ସମସ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେଁ ସୂଚନା ଦେଇ କହିିଛନ୍ତି । ସେ ଲେଖିଛନ୍ତି, ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି । ୨ କୋଟି ଟିକା ଦିଆଯାଉଛି, ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉ । ସବୁ ସ୍କୁଲ ଶିକ୍ଷକମାନଙ୍କୁ ପ୍ରଥାମିକତା ଭିତ୍ତିରେ ଟିକା ଦେବାକୁ ସେ କହିଛନ୍ତି ।

 

 

ସୂଚନାଯୋଗ୍ୟ , ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସର୍ବଶେଷ ତଥ୍ୟ ପ୍ରକାଶ ପାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂତନ କରୋନା ମାମଲା ସାମ୍ନାକୁ ଆସିଥିଲା ​​ଏବଂ ୬୪୮ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଥିଲେ । ଏହାପୂର୍ବରୁ ୨୫,୪୬୭ କରୋନା ମାମଲା ସାମ୍ନାକୁ ଆସିଥିଲା । ୨୪ ଘଣ୍ଟା ୩୪,୧୬୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୨୭୭୬ ସକ୍ରିୟ ମାମଲା ବୃଦ୍ଧି ପାଇଛି ।

କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୨୫ ଲକ୍ଷ ୧୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୩୫ ହଜାର ୭୫୮ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୩ କୋଟି ୧୭ ଲକ୍ଷ ୫୪ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ । ସମୁଦାୟ ୩ ଲକ୍ଷ ୨୨ ହଜାର ଲୋକ ଏବେବି କରୋନାରେ ସଂକ୍ରମିତ ଅଛନ୍ତି ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ହୋଇଥିବାବେଳେ ପୁନରୁଦ୍ଧାର ହାର ୯୭.୬୮ ପ୍ରତିଶତ ରହିଛି । ସକ୍ରିୟ ମାମଲା ହାର ୦.୯୮ ପ୍ରତିଶତ । କରୋନା ଆକ୍ଟିଭ୍ କେସ୍ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ଦଶମ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପରେ ବ୍ରାଜିଲରେ ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking