ଇସଲାମବାଦ: ଆଫଗାନିସ୍ତାନରେ ତାଲିବାନୀମାନେ ଫେରିବା ପରେ ପାକିସ୍ତାନର ଇମରାନ ଖାନ ସରକାର ସମର୍ଥନ କରିଛନ୍ତି ଓ ତାଲିବାନୀଙ୍କୁ ଖୁସି କରିବା ପାଇଁ ଜଣେ ଆତଙ୍କବାଦୀକୁ ମୁକ୍ତ କରିଛନ୍ତି । ପାକିସ୍ତାନ ତାଲିବାନର ମୁଲ୍ଲା ମୋହମ୍ମଦ ରସୁଲକୁ ମୁକ୍ତ କରିଛି । ଗତ ୫ ବର୍ଷ ଧରି ମୁଲ୍ଲା ମୋହମ୍ମଦ ରସୁଲ ପାକିସ୍ତାନ ଜେଲରେ କଏଦ ହୋଇଥିଲା । ଏବେ ତାକୁ ଆଜାଦ କରାଯାଇଛି ।
ଋିପୋର୍ଟ ଅନୁସାରେ, ତାଲିବାନରୁ ଅଲଗା ହେବା ପରେ ମୁଲ୍ଲା ମୋହମ୍ମଦ ରସୁଲ ନିଜର ଭିନ୍ନ ଏକ ସଂଗଠନ ବନାଇଥିଲା । ଯାହାପରେ ପାକିସ୍ତାନ ସରକାର ତାକୁ ଗିରଫ କରିଥିଲେ । ଅନ୍ୟପଟେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ହେବା ପରେ ଆତଙ୍କବାଦୀଙ୍କ ଖୁସି କହିଲେ ନସରେ । ଗତ ଏକ ସପ୍ତାହ ଧରି ତାଲିବାନୀମାନେ ୨୩୦୦ ଆତଙ୍କବାଦୀଙ୍କୁ ମୁକ୍ତ କରିଛନ୍ତି । ଏହି ଆତଙ୍କବାଦୀମାନଙ୍କୁ କାବୁଲ, କନ୍ଧାର ଓ ବଗରାମ ଜେଲରୁ ମୁକ୍ତି ମିଳିଛି ଓ ଏବେ ପାକିସ୍ତାନ ବି ତାଲିବାନ ସମର୍ଥକଙ୍କୁ ମୁକ୍ତ କରୁଛି ।
ଇମରାନ ଖାନ ତାଲିବାନ ଦ୍ୱାରା କାବୁଲ ଉପରେ ନିୟନ୍ତ୍ରଣ କରିବା ଉପରେ ସମର୍ଥନ ଦେଉଥିବା ନଜର ଆସୁଛନ୍ତି । ତେବେ ସେ କହିଥିଲେ, ଆଫଗାନିସ୍ତାନ ଗୁଲାମୀର ଶୃଙ୍ଖଳ ଭାଙ୍ଗି ଦେଇଛି । ଆଫଗାନିସ୍ତାନରେ ଲମ୍ବା ସମୟ ଧରି ଚାଲିଆସୁଥିବା ସଂଘର୍ଷ ରବିବାର ସେହି ସମୟରେ ଚରମରେ ପହଂଚିଥିଲା, ଯେତେବେଳେ ତାଲିବାନମାନେ କାବୁଲରେ ପ୍ରବେଶ କରିଥିଲେ ଓ ରାଷ୍ଟ୍ରପତି ମହଲକୁ କବଜା କରିଥିଲେ ।