ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ବଡ ଝଟକା ଲାଗିଛି । ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେବା ପରେ ଟିଏମସିରେ ଯୋଗ ଦେଇଛନ୍ତି । ସୁସ୍ମିତା ଦେବ, ଅଭିଷେକ ବାନାର୍ଜୀ ଓ ଡେରେକ ଓ ବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ତେବେ ସୁସ୍ମିତା ଦେବ ରାହୁଲ-ପ୍ରିୟଙ୍କା ଙ୍କର ବହୁତ ନିକଟତର ଥିଲେ ।
କହିରଖୁଛୁ, କଂଗ୍ରେସ ନେତା ଓ ପୂର୍ବ ସାସଂଦ ସୁସ୍ମିତା ଦେବ ୧୫ ଅଗଷ୍ଟରେ ପାର୍ଟିର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ । ସେ କଂଗ୍ରେସରେ ଅଖିଳ ଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ପଦରେ ଥିଲେ । ତେବେ ନିଜ ଇସ୍ତଫା ପତ୍ରରେ ଦଳ ଛାଡିବାର କାରଣ ଉଲ୍ଲେଖ କରିନାହାନ୍ତି ।