ଭୁବନେଶ୍ୱର : ଲବଙ୍ଗ ତେଲରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ରକ୍ତକୁ ଆହୁରି ପରିଷ୍କାର କରିଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି । ଶ୍ୱାସ ବା ଆଜ୍ମା ରୋଗୀଙ୍କ ପାଇଁ ଏହି ତେଲ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଆପଣଙ୍କ କାନ ଦରଜ ହୋଇଛି କି ? ତେବେ ଲବଙ୍ଗ ତେଲରେ ଅଳ୍ପ ରାଶି ତେଲ ମିଶାଇ କାନରେ ପକାଇଲେ ଏହି ଦରଜରୁ କେତେକାଂଶରେ ଉପଶମ ଲାଗିଥାଏ। ଯଦି ମୁଣ୍ଡ ବିନ୍ଧୁଛି, ତେବେ ଏହି ତେଲରେ ଅଳ୍ପ ଲୁଣ ମିଶାଇ ଲଗାଇଲେ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ। ସଂକ୍ରମଣ ବା ଇନ୍ଫେକଶନ ପାଇଁ ଏହା ମଧ୍ୟ କାମ କରିଥାଏ। କାରଣ ଏଥିରେ ଥିବା ଆଣ୍ଟିସେପ୍ଟିକ ଗୁଣ ଇନ୍ଫେକଶନକୁ କମାଇଥାଏ। ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଂଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ସେଥିପାଇଁ ବିଭିନ୍ନ ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରାଯାଏ ।
ଲବଙ୍ଗ ତେଲ ମୁଣ୍ଡ ଜନିତ ବିଭିନ୍ନ ଯନ୍ତ୍ରଣା ରୁ ଉପଶମ ଦେଇଥାଏ । ଯେତେବେଳେ ଥଣ୍ଡା ଯୋଗୁଁ ମୁଣ୍ଡ ବ୍ୟଥା ହୁଏ ସେହି ସମୟରେ କିଛି ବୁନ୍ଦା ଲବଙ୍ଗ ତେଲ କୁ ଗୋଟିଏ ତୁଳା ସାହାଯ୍ୟ ରେ ନେଇ ଶୁଙ୍ଘିବା ଦ୍ଵାରା ଥଣ୍ଡା ରୁ ନାକ ଖୋଲିବା ସହ ମୁଣ୍ଡ ବ୍ୟଥା କୁ ଦୂରେଇ ଥାଏ ।
ମାଇଗ୍ରେନ ସମୟରେ କିଛି ମାତ୍ରାରେ ଲବଙ୍ଗ ତେଲ ନେଇ ଲୁଣ ସହିତ ମିଶାଇ ଲଗାଇଲେ ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ ।
ଲବଙ୍ଗ ତେଲ କୁ ଜୀବାଣୁ ନାଶକ ଭାବରେ ଗ୍ରହଣ କରାଯାଏ । ମୁହଁରୁ ବ୍ରଣ ସମସ୍ୟାକୁ ଦୁର ହୋଇଥାଏ । ଏଲୋଭେରା ଜେଲ୍ କିଛି ନେଇ ସେଥିରେ ଲବଙ୍ଗ ତେଲ ମିଶାଇ ବ୍ରଣରେ ଲଗାଇବା ଦ୍ଵାରା ବ୍ରଣ ସମସ୍ୟା ଦୂର ହୁଏ ।
ଲବଙ୍ଗ ତେଲକୁ ଶରୀରର ବିଭିନ୍ନ ଯଏଣ୍ଟ ପେନ୍ ପାଇଁ ବ୍ୟବହାର କରାଯାଏ । ଏହାକୁ ଆମେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ବ୍ୟବହାର କରି ପାରିବା । ଲବଙ୍ଗ ତେଲକୁ ଉଷୁମ ସୋରିଷ ତେଲ ସହିତ ମିଶାଇ ଗଣ୍ଠି ରେ ମାଲିସ କରିବା ଦ୍ଵାରା ଗଣ୍ଠି ଫୁଲା ରୁ ଆରାମ ମିଳିଥାଏ ।