30 C
Bhubaneswar
Tuesday, April 16, 2024
Homeଓଡିଶାପେଟର ଭୋକ ଆଗରେ ହାର ମାନିଛି ବୟସ

ପେଟର ଭୋକ ଆଗରେ ହାର ମାନିଛି ବୟସ

ସୁନ୍ଦରଗଡ : ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ ହାର ମାନିଛି ବୟସ । ବଞ୍ଚିବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ । ଛତିଶଗଡର ରାୟଗଡ ଜିଲ୍ଲା ସାରଙ୍ଗଗଡ ଗାଁର କୁନି ଝିଅ ଟିଏ । ବାଜୁଛି ଓଡିଆ ଗୀତ, ବାଉଁଶରେ ରଶି ଲାଗିଛି । ଆଉ ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ ଟିଏ । ବାପାମା’ଙ୍କ ସହ ପେଟ ପାଇଁ ନାଟ କରୁଛି । ପେଟର ଭୋକ ସେମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟାଣି ଆଣିଛି । ଲକଡାଉନରେ ସବୁ ଚାଲିଗଲା । ପ୍ରଥମେ ନିଜ ରାଜ୍ୟରେ ଖେଳ ଦେଖାଉଥିଲେ , ଆଉ ନିଜ ଗାଁରେ ଛୋଟିଆ ମୋଟିଆ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଲକଡାଉନରେ ଏଭଳି ସ୍ଥିତି ହୋଇଗଲା ଯେ ଆଉ ଖାଇବାକୁ ମଧ୍ୟ ପାଇଲେ ନାହିଁ । ପରେ ଲକଡାଉନ ଖୋଲିବା ପରେ ସୁନ୍ଦରଗଡର ବିଭିନ୍ନ ଗାଁ ଗୁଡିକୁ ଆସି କୁନି ଝିଅଟି ଏହି ପରି ଖେଳ ଦେଖାଇ କିଛି ଟା ରୋଜଗାର କରୁଛି । ଯେଉଁଥିରେ ପରିବାର ଚଳୁଛି । କୁନି ଝିଅଟିର ବୟସ ପାଖାପାଖି ୭ ରୁ ୮ ବର୍ଷ ହେବ । ପେଟ ଲାଗି ବାଉଁଶ ଉପରେ ପାଖାପାଖି ୧୦ ଫୁଟ ଉପରେ ବନ୍ଧା ହୋଇଥିବା ରଶିରେ ଖେଳ ଦେଖାଇ ଲୋକଙ୍କ ମନମୋହିବା ପାଇଁ ଚେଷ୍ଟା କରୁଛି । କୁନି ପାଦରେ ରଶି ଉପରେ ଚାଲୁଛି, ନାଁ ଭୟ ଅଛି ନାଁ କିଛି ସଂଙ୍କୋଚ ଅଛି । ରଶିରେ ଏକ ବଡ ବାଉଁଶ ବନ୍ଧା ବି ହୋଇଛି । ଆଉ ଏହି ବାଉଁଶକୁ ଧରି ସେ ତାର ଖେଳ ଦେଖାଇବାରେ ଲାଗିଛି । କେତେବେଳେ ଚପଲରେ ଚାଲୁଛି ତ ଆଉ କେତେ ବେଳେ ଆଣ୍ଠେଇ କି, ଆଉ କେତେବେଳେ ସାଇକେଲ ରିଙ୍ଗ ଜରିଆରେ ରଶିରେ ନିଜର ଖେଳ ଦେଖାଉଛି । ଆଉ କେତେବେଳେ ଷ୍ଟିଲ ପ୍ଲେଟରେ ପାଦ ଥୋଇ ରଶିର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯାଉଛି । ଆଉ ଖେଳ ସରିବା ପରେ ହାତରେ ଥାଳିଟେ ଧରି ଦୋକାନ ଦୋକନ ସହ ଖେଳ ଦେଖୁଥିବା ଲୋକଙ୍କ ପାଖରେ ହାତ ପତାଉଛି କୁନି । ଦାନବ ଭୋକ ପାଇଁ କୁନି ଝିଅଟି ଶୈଶବ ଭୁଲି ଯାଇଛି । ଆଜି ତା’ ପାଇଁ ପରିବାର ଚଳୁଛି । ଖେଳ ଦେଖେଇଲେ ଦୁଇ ମୁଠାଇ ଖାଇବେ, ନେହେଲ ଉପବାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking