18.1 C
Bhubaneswar
Sunday, December 29, 2024
Homeଓଡିଶାଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ସିପିଙ୍କ ପରାମର୍ଶ

ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ସିପିଙ୍କ ପରାମର୍ଶ

ଭୁବନେଶ୍ୱର: ମାସକରେ ସାଇବର ଠକି ଠକିନେଲେ କୋଟିଏ ଟଙ୍କା । ଲକଡାଉନ ସମୟରେ ସାଇବର ଠକଙ୍କ ଠକେଇ ନେଇ ଏଭଳି ତଥ୍ୟ ଦେଇଛି ସାଇବର ସେଲ୍ । ଜୁଲାଇରେ ୧ କୋଟି ୧୦ ଲକ୍ଷ ୮୫ ହଜାର ୬୫୪ ଟଙ୍କା ସାଇବର ଠକେଇ ହୋଇଛି । କେବଳ ଭୁବନେଶ୍ୱରରୁ ଠକିଛନ୍ତି ୫୫ ଲକ୍ଷ ୬୮ ହଜାର ଟଙ୍କା । ହେଲେ ଠକେଇ ଟଙ୍କାରୁ ସାଇବର ଠକଙ୍କ ନିକଟରୁ ଫେରିଛି ମାତ୍ର ୮ ଲକ୍ଷ ୫୬ ହଜାର ଟଙ୍କା । କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି । ସାଇବର ଠକ ମୁଖ୍ୟତଃ ୟୁପିଆଇ ମାଧ୍ୟମରେ ଅଧିକ ଠକେଇ କରିଛନ୍ତି । ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି । ସାଇବର ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ । ଏମିତିକି ଘର ଭଡ଼ା ନେବାକୁ କହି ଟଙ୍କା ଲୁଟ କରୁଥିବା ସାମ୍ନାକୁ ଆସିଛି । ତେଣୁ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସାଇବର କ୍ରାଇମ୍ କେବଳ ରାଜ୍ୟରେ ନୁହେଁ, ସାରା ଦେଶ ପାଇଁ ଚ୍ୟାଲେଞ୍ଜ ହୋଇଛି । ବିଶେଷ କରି ମହାମାରୀ ସମୟରେ ଲୋକେ ବହୁଳ ଭାବେ ଡିଜିଟାଲ ମୋଡ୍‌କୁ ବ୍ୟବହାର କଲେ, ସାଇବର କ୍ରାଇମ ବଢିବାରେ ଲାଗିଲା । କିଛି ନିର୍ଦ୍ଦିଷ୍ଟ ସାଇବର କ୍ରାଇମ୍ ଅଧିକ ମାତ୍ରାରେ ହେଉଛି । ଫେକ୍ ବିଜ୍ଞାପନକୁ ନେଇ ଲୋକଙ୍କ ଠାରୁ ଟଙ୍କା ଲୁଟିବା, ଚାକିରି କହି ଠକିନେବା, ବ୍ୟାଙ୍କ ଫେକ୍ ଆଦି କହି ଲୋକଙ୍କ ଠାରୁ ଅନେକ ଟଙ୍କା ଲୁଟୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking