34.1 C
Bhubaneswar
Friday, March 29, 2024
Homeଓଡିଶାନକ୍ସଲ-ପୋଲିସ ମଧ୍ୟରେ ଗୁଳିବିନିମୟ

ନକ୍ସଲ-ପୋଲିସ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି । ଆଜି ସହିଦ ସପ୍ତାହର ଅଷ୍ଟମ ଦିନ ଥିବା ବେଳେ ନକ୍ସଲ ସହ ମୁଁହା ମୁହିଁ ହୋଇଛି ପୋଲିସ । ସୁକମା ଜିଲ୍ଲାର ପୋର୍ଦେମ ଏବଂ ରୁବମେଟି ମଧ୍ୟରେ ଥିବା ଜଙ୍ଗଲ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ପୋଲିସ ଉପରେ ଅତର୍କିତ ଗୁଳି ଚଳାଇଥିଲା । ପରେ ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା ।

ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସର୍ଚ୍ଚ ଅପରେସନ ବେଳେ ଜଣେ ମଇବାଡିକୁ ଗିରଫ କରିଥିବା ବେଳେ ବୋମା ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି । ଗିରଫ ହୋଇଥିବା ନକ୍ସଲ ଜଣକ ହେଲେ ମରକମ ନନ୍ଦା ଅରଫ ନରେନ୍ଦ୍ର । ସୁକମା ଏବଂ ଦନ୍ତେୱାଡା ଜିଲ୍ଲାରେ ସକ୍ରିୟ ଥିଲା । ସରକାର ନରେନ୍ଦ୍ର ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ବହୁ ନକ୍ସଲ ଘଟଣାରେ ନରେନ୍ଦ୍ର ସାମିଲ ଥିବା ପୋଲିସ କହିଛି । ଘଟଣାସ୍ଥଳରୁ ବୋମା ଉଦ୍ଧାର କରାଯାଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking