18.1 C
Bhubaneswar
Tuesday, November 26, 2024
Homeଓଡିଶାଜ୍ୱର ହେଲେ କୋଭିଡ, ଡେଙ୍ଗୁ ଟେଷ୍ଟ

ଜ୍ୱର ହେଲେ କୋଭିଡ, ଡେଙ୍ଗୁ ଟେଷ୍ଟ

ଭୁବନେଶ୍ୱର: କୌଣସି ବ୍ୟକ୍ତି ଜ୍ୱରରେ ପୀଡିତ ହୋଇ ହସ୍ପିଟାଲ ଆସିଲେ ତାଙ୍କର ୨ଟି ଟେଷ୍ଟ କରାଯିବ । ଉଭୟ କୋଭିଡ ଓ ଡେଙ୍ଗୁ ଟେଷ୍ଟ କରାଯିବ । ଡେଙ୍ଗୁ ଷ୍ଟ୍ରେନ ୪ ପ୍ରକାର । ଭୁବନେଶ୍ୱରରେ ଡି୧ ଷ୍ଟ୍ରେନ ରହିଥିବା ବେଳେ ରାୟଗଡାରେ ଡି୨ ରହିଛି । ୨୦୧୫ରୁ ଡେଙ୍ଗୁ ଓଡିଶାରେ ଦେଖାଯାଉଛି । ତା ପାଇଁ ପଲିସି ବି ରହିଛି । ଡେଙ୍ଗୁ ମଶା ସକାଳେ ଓ ସନ୍ଧ୍ୟାରେ କାମୁଡନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସ୍ୱଚ୍ଛ ପାଣିରେ ବଢୁଥିବାରୁ ଫୁଲକୁଣ୍ଡ, ଟାୟାର ଆଦି ପରିଷ୍କାର  କରିବା ଦରକାର । ବସ୍ତି ନୁହେଁ, ସଂଭ୍ରାନ୍ତ ଅଂଚଳର ଲୋକ ବେଶି ଏଥିରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଛି । ଏଥିପାଇଁ ସବୁ ସୋସାଇଟିମାନଙ୍କୁ ସଚେତନ ପାଇଁ କୁହାଯାଇଛି । ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking