ଭୁବନେଶ୍ୱର: ଗାଇଡଲାଇନ ଘୋଷଣା ଅବସରରେ ମୁଖ୍ୟ ଶାସନ ସଚିବ ଚେତାଇ ଦେଇ କହିଛନ୍ତି ଏଯାଏଁ ବିପଦ ସଂପୂର୍ଣ୍ଣ ଯାଇନି । ଡବଲ ଡୋଜ ଟିକା ନେଲା ପରେ ବି ପଜିଟିଭ ବାହାରୁଛନ୍ତି । ବିଶେଷକରି ଭୁବନେଶ୍ୱରରେ ଡବଲ ଡୋଜ ପରେ ପଜିଟିଭ ବାହାରୁଛନ୍ତି । ସେମାନେ ଗୁରୁତର ହେଉନଥିଲେ ବି ଅନ୍ୟଙ୍କୁ ସଂକ୍ରମିତ କରିପାରିବେ । ଏଯାଏ ବିପଦ ଯାଇନି, ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା, ନିୟମ ମାନିବା । ଉଲ୍ଲଂଘନକାରୀଙ୍କ ପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ନିୟମ ଯେଉଁଠି ପାଳନ ହେଉନଥିବ କଡା କାର୍ଯ୍ୟାନୁଷ୍ଠାନ ହେବ । ଆବଶ୍ୟକ ପଡିଲେ ସିଲ୍ କରାଯିବ ଏବଂ ଲାଇସେନ୍ସ ବାତିଲ ହେବ ।