ଭୁବନେଶ୍ୱର : ଏମିତି ତ ଆପଣ ସମସ୍ତେ ହୃଦଘାତର ଖବର ଅନେକ ଥର ଶୁଣିଥିବେ । ଏତିକି ହିଁ ନୁହେଁ, ଏହା ଏକ ଏମିତି ରୋଗ ଯହିଁରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ । ଏହାଛଡା ସଂସାରରେ ଯେତେ ଜଣଙ୍କ ମୃତ୍ୟୁ ହେଉଛି ସେଥିରୁ ଏକ ଚତୁର୍ଥାଂଶରୁ ଅଧିକ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ପ୍ରକୃତରେ ଆପଣଙ୍କୁ କହି ରଖୁଚୁ ଯେ, ଅଧିକାଂଶ ଲୋକଙ୍କୁ ଜଣା ନଥାଏ ଯେ, ସେମାନଙ୍କୁ ଏହି ରୋଗ (ହୃଦଘାତ) ଅଛି ବୋଲି ।ଯେତେବେଳେ ଜାଣନ୍ତି ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥାଏ ଏବଂ ସେତେବେଳେ ସେମାନେ ମୃତ୍ୟୁ ସହ ସଂଘର୍ଷରତ କିମ୍ବା ମୁଖରେ ପହଞ୍ଚି ଯାଆନ୍ତି । କୁହାଯାଏ କି ହୃଦୟ ଶରୀରର ଏପରି ଏକ ଅଂଶ ଯାହା ଅନ୍ୟ ଅଂଶଗୁଡିକୁ ରକ୍ତ ଏବଂ ଅମ୍ଳଜାନ ପହଞ୍ଚାଇ ଥାଏ । ହୃତପିଣ୍ଡ ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ପହଞ୍ଚି ଥାଏ । ପୁଣି ଯେତେବେଳେ ଏହି ପମ୍ପଟି (ଦୃଦୟ) ଠିକ ରୂପେ କାମ କରେ ନାହିଁ, ତେବେ ରକ୍ତ ଏବଂ ଅମ୍ଳଜାନ ଶରୀରର ଅନ୍ୟ ଅଂଶରେ ପହଞ୍ଚିବାରେ ଅନେକ ସମସ୍ୟା ହୁଏ ଏବଂ ଏମିତି ହେବା ଦ୍ୱାର ରକ୍ତପ୍ରବାହ ବନ୍ଦ ହୋଇଯାଏ ଏବଂ ହୃଦଘାତ ହେବାର ସମ୍ଭାବନା ବଢ଼ିଯାଏ । ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଅନ୍ୟାନ ଦେଶ ତୁଳନାରେ ଏସିଆର ଲୋକମାନଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ ଥାଏ ହେଲେ ଏହାର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡୁନାହିଁ । ଆଜି ଆମେ ହୃଦଘାତ ହେବାର କିଛି ମୁଖ୍ୟ କାରଣ କହିବୁ ।
ଯଦି ଆପଣ ବିନା କିଛି କାରଣରୁ ହାଲିଆ ହୋଇଯାନ୍ତି; ତେବେ ଆପଣକୁ ସତର୍କ ହେବାକୁ ପଡିବ । କାହିଁକି ନା ଏମିତି ହେଲେ ହୃଦଘାତ ହେବାର ସମ୍ଭାବନା ଥାଏ । ଏମିତି ଲକ୍ଷଣ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ଅସାମାନ୍ୟ ହାଲିଆ ଅର୍ଥ ଛୋଟ ଛୋଟ କାମ ଯେପରି ଖଟରେ ବେଡ଼ସିଟ ଠିକ କରିବା, ଗାଧୋଇବା ପରି କାମରେ ଥକି ଯିବା ।
ଅନ୍ୟ ଏକ ଲକ୍ଷଣ ପେଟ କାଟିବା ମଧ୍ୟ ହୋଇପାରେ । ଏହା ଏକ ସାଧାରଣ ସମସ୍ୟା କିନ୍ତୁ ଯଦି ଆପଣଙ୍କର ସବୁବେଳେ ପେଟବଥା, ଜଳିବା, ପେଟ ଖରାପ ହେବା ଏହିପରି ସମସ୍ୟା ଦେଖାଯାଏ, ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ଲକ୍ଷଣ ଉଭୟ ମହିଳା ଏବଂ ପୁରୁଷମାନଙ୍କ ଠାରେ ସାମାନ୍ୟ ରୂପରେ ଦେଖାଯାଏ ।
ଯଦି ଆପଣଙ୍କୁ ପ୍ରଶ୍ୱାସ ନେବାର କମ ହେଲା ଭଳି ଅନୁଭବ ହୁଏ ବା ଆପଣଙ୍କୁ ଲାଗୁଛି ଯେ ଆପଣ ବହୁତ ସମୟ ହେଲା ଦରକାର ମାତ୍ରରେ ପବନ ପାଇ ପାରୁ ନାହାନ୍ତି ଓ ମୁଣ୍ଡ ବୁଲେଇବା ଏବଂ ନିଶ୍ଵାସ ପ୍ରଶ୍ୱାସରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଏହା ମଧ୍ୟ ହୃଦଘାତର ଏକ ଲକ୍ଷଣ ଅଟେ । କାରଣ ଅନିଦ୍ରା ହୃଦଘାତର ବିପଦକୁ ବଢ଼େଇ ଦେଇଥାଏ । ଏହି ଲକ୍ଷଣ ମହିଳା ମାନଙ୍କ ଠାରେ ବେଶି ଦେଖାଯାଏ ।
ଛାତିରେ ଯନ୍ତ୍ରଣା ବିଭିନ୍ନ କାରଣରୁ ବେଳେ ବେଳେ ହୋଇଥାଏ କିନ୍ତୁ ଯଦି ଏହି ଯନ୍ତ୍ରଣା ସର୍ବଦା ହୁଏ ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କୁ ହୃଦଘାତ ଯେପରି ସମସ୍ୟା ହେବାକୁ ଯାଉଛି ।
ହାର୍ଟ ଆଟାକ ହେବା ଯୋଗୁଁ ହାର୍ଟ ଶରୀରରେ ଠିକ୍ ଭାବର ରକ୍ତ ସଞ୍ଚାଳନ କରିପାରେ ନାହିଁ । ଯାହା ଫଳରେ ଗୋଡ଼ ଫୁଳିବା ଆରମ୍ଭ ହୋଇଥାଏ । ଏହା ମଧ୍ୟ ହାର୍ଟ ଆଟାକର ସଙ୍କେତ ହୋଇପାରେ ।